ଜାତୀୟତାଜା ଖବର

ବ୍ରଜପାତରେ ଯୁବକ ମୃତ

ରାଉରକେଲା: ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଥିବାବେଳେ ହାତୀବାଡି ଥାନା ଅନ୍ତର୍ଗତ କଣ୍ଟାଝରରେ ଘଟିଯାଇଛି ଦୁଃଖଦ ଘଟଣା। ତୋଟାରୁ ଆମ୍ବ ଗୋଟାଇବେଳେ ବ୍ରଜପାତରେ ଯୁବକଙ୍କ  ମୃତ୍ୟୁ ହୋଇଛି। ମୃତ ଯୁବକ ସନ୍ଦୀପ ସୋରେନ (୧୯)। କଣ୍ଟାଝର ଗାଁ ଆମ୍ବ ତୋଟାରେ ସମସ୍ତେ ଦୋଳିର ମଜା ନେଉଥିବାବେଳେ ହଠାତ ଝଡ଼ ବର୍ଷା ପବନ ସହ ବଜ୍ରପାତ ହୋଇଥିଲା। ଝଡ଼ ପବନରେ ଆମ୍ବ ଝଡ଼ି ଥିବାବେଳେ ସୁମନ ଓ ସନ୍ଦୀପ ସୋରେନ ଆମ୍ବ ଗୋଟାଇବାରେ ଲାଗିଯାଇଥିଲେ। ହଠାତ୍ ଜୋରରେ ବଜ୍ରପାତ ହୋଇଥିବାବେଳେ ୨ ଜଣ ଦୁଇଜଣ ଅଚେତ୍ ହୋଇ ପଡ଼ିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସନ୍ଦୀପ ସୋରେନକୁ ମୃତ ଘୋଷଣା କରିଥିଲେ। ମେଡିକାଲରେ ସୁମନଙ୍କ ଚିକିତ୍ସା ଚାଲିଛି। ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *