ମାଡ୍ରାସ ହାଇକୋର୍ଟରେ ଗୋହତ୍ୟା ମାମଲା କୌଣସି ବି ଦିନ ହେବନି ଗୋହତ୍ୟା: କୋର୍ଟ
ଚେନ୍ନାଇ, ୨୮|୫: ତାମିଲନାଡୁରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ରାଜ୍ୟ ସରକାର ୧୯୭୬ ଅଗଷ୍ଟ ୩୦ରେ ଜାରି କରିଥିବା ସରକାରୀ ନିର୍ଦ୍ଦେଶନାମାକୁ ତୁରନ୍ତ ଲାଗୁ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଗ୍ରୀଷ୍ମକାଳୀନ ଅବକାଶ କାଳୀନ ଜଷ୍ଟିସ୍ ଜି.ଆର୍. ସ୍ୱାମୀନାଥନ୍ ଏବଂ ଜଷ୍ଟିସ୍ ଭି. ଲକ୍ଷ୍ମୀନାରାୟଣନଙ୍କ ଖଣ୍ଡପୀଠ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଙ୍କୁ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି। ବକ୍ରିଦ୍ ପର୍ବ ଅବସରରେ କିମ୍ବା ଆଗକୁ ଅନ୍ୟ କୌଣସି ବି ଦିନ ଯେପରି ରାଜ୍ୟର କେଉଁଠି ହେଲେ ବି ଗାଈ କିମ୍ବା ବାଛୁରୀ ହତ୍ୟା ନକରାଯାଏ, ତାହା ନିଶ୍ଚିତ କରିବାକୁ କୋର୍ଟ ପ୍ରଶାସନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

