ଜାତୀୟତାଜା ଖବର

CMOରୁ ଫାଇଲ୍ ଚୋରି ଘଟଣା: ଜିଏ ବିଭାଗରେ ପୋଲିସର ଖୋଳତାଡ଼

ଭୁବନେଶ୍ବର: ସିଏମଓରୁ ଫାଇଲ୍ ଚୋରି ଘଟଣାରେ ଜିଏ ବିଭାଗରେ ପୋଲିସ ଖୋଳତାଡ଼ କରିଛି। ଲୋକସେବା ଭବନରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ପୁଣି ଥରେ ମୁଖ୍ୟ ଶାସନ ସଚିବ ଏବଂ ସାଧାରଣ ପ୍ରଶାସନ ବିଭାଗରେ ଖୋଳତାଡ଼ କରିଛନ୍ତି ଅଧିକାରୀ। ଗତ ୨୦ ତାରିଖରେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଆସି ତଦନ୍ତ କରିଥିଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ତଦନ୍ତ ରିପୋର୍ଟ ଗାଏବ ହୋଇଯାଇଥିବାବେଳେ ଏନେଇ ସାରା ରାଜ୍ୟରେ ଚର୍ଚ୍ଚା ବଢ଼ିଛି। ୨୦୨୪ ଜୁନ୍ ୪ରେ ଗୃହ ବିଭାଗକୁ ସିଏମ୍ଓରୁ ସବୁ ଫାଇଲ୍ ଫେରିଥିଲା, କିନ୍ତୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ତଦନ୍ତ ରିପୋର୍ଟ ଫେରିନଥିଲା। ଏ ନେଇ ବିଧିବଦ୍ଧ ଭାବେ କ୍ୟାପିଟାଲ୍ ଥାନାରେ ଏଫଆଇଆର ହେବା ପରେ ଲୋକସେବା ଭବନରେ ପୋଲିସ୍ ଘଣ୍ଟାଚକଟା କରିଛି ।

Leave a Reply

Your email address will not be published. Required fields are marked *