ଜାତୀୟତାଜା ଖବରରାଜ୍ୟ

ସିଭିୟର ହିଟହ୍ବେଭ: ୩ ଦିନ ବଡ଼ ବିପଦ ପାଣିପାଗ ବିଭାଗର ଆଗୁଆ ସତର୍କ

ଭୁବନେଶ୍ବର, ୨୫|୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅସହ୍ୟ ଗରମ ହେବା ସହ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ପଶ୍ଚିମରୁ ଉପକୂଳ ସବୁଠୁ ପ୍ରଚଣ୍ଡ ଲୁ ପ୍ରଭାବିତ ହେଉଥିବାବେଳେ ୩ ଦିନ ବଡ଼ ବିପଦ ରହିଥିବା ସହ ସିଭିୟର ହିଟହ୍ବେଭ ନେଇ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ମେ ୨୯ ଯାଏଁ ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଏବଂ ଗରମ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଏକ ସ୍ପେଶାଲ ବୁଲେଟିନ୍ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ସୋନପୁର, ଭବାନୀପାଟଣା, ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଲାଗି ରହିବ। ବଲାଙ୍ଗୀର ଓ ସମ୍ବଲପୁର ଏହି ଦୁଇ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅସହ୍ୟ ଗରମ ରାତି ଅନୁଭୂତ ହେବ, ଯାହା ଜନଜୀବନକୁ ଅଧିକ ଅତିଷ୍ଠ କରିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ବଜାୟ ରହିବାକୁ ଥିବାରୁ ଜନସାଧାରଣଙ୍କୁ ଦିନ ସମୟରେ ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ଏବଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *