ଧର୍ମ

ମୁଁ ପଛେ ନର୍କକୁ ଯିବି…

ଶ୍ରୀକୃଷ୍ଣ ଓ ରାଧାଙ୍କ ମଧ୍ୟରେ ଥିବା ଅନାବିଳ ପ୍ରେମ କାହାକୁ ବା ଅଛପା। ଦିନେ ଶ୍ରୀକୃଷ୍ଣଙ୍କ ଅର୍ଦ୍ଧାଙ୍ଗିନୀ ରୁକ୍୍ମଣୀ କହିଲେ, ପ୍ରିୟେ ସବୁବେଳ ଆପଣ ରାଧେ ରାଧେ ହେଉଛନ୍ତି, ହେଲେ ପ୍ରକୃତରେ ମୁଁ ହିଁ ଆପଣଙ୍କ ସବୁଠାରୁ ନିଜର। ସବୁ ସମୟରେ ଆପଣଙ୍କ ପାଖରେ ରହି ସବୁ ଦୁଃଖ ସୁଖ ବୁଝୁଛି। ଶ୍ରୀକୃଷ୍ଣ ଟିକିଏ ହସି ଦେଇ ଚାଲିଗଲେ। ସେହି ରାତିରେ ଶ୍ରୀକୃଷ୍ଣଙ୍କ ପ୍ରବଳ ଜୋରରେ ମୁଣ୍ଡ ବ୍ୟଥା ହେଲା। ସେ ଛଟପଟ ହେଲେ, କେତେ କ’ଣ କରିବା ପରେ ବି ସେ ଭଲ ହେଲେ ନାହିଁ। ପରେ ରାଧାଙ୍କୁ ଡକାଗଲା। ସେ ବି ସମସ୍ତ ଉପଚାର କଲେ , ତଥାପି ଭଲ ହେଲା ନାହିଁ। ବୈଦ୍ୟ କହିଲେ, ନିଜ ପାଦ ଧୂଳି ନେଇ ଶ୍ରୀକୃଷ୍ଣ ମଥାରେ ଲେପ କରିଲେ ସେ ଠିକ ହେବେ । ଏହା ଶୁଣି ରୁକ୍୍ମଣି କହିଲେ, ସ୍ବାମୀଙ୍କ ମଥାରେ ନିଜ ପାଦ ଧୂଳି ଦେଇ ମୁଁ କଣ ନର୍କକୁ ଯିବି। ହେଲେ ରାଧା ଆଗେଇ ଆସି କହିଲେ, ମୁଁ ପଛେ ନର୍କକୁ ଯିବି, ଏଥିରେ ତିଳେ ମାତ୍ର ମୋର ଦୁଃଖ ନାହିଁ। ମୋ କାହ୍ନା ଭଲ ହୋଇଯିବା ସହ ପୀଡ଼ାରୁ ମୁକ୍ତି ପାଇବା ହିଁ ଆବଶ୍ୟକ। କ୍ଷଣିକେ ସମୟ ବି ନ ରୋକି ସେ ନିଦ ପାଦ ଧୂଳି ନେଇ ଶ୍ରୀକୃଷ୍ଣଙ୍କ ମଥାରେ ଲଗାଇ ଦେଲେ। ଆଉ କିଛି ସମୟରେ ପରେ ଶ୍ରୀକୃଷ୍ଣ ଭଲ ବି ହୋଇଗଲେ। ରୁକ୍୍ମଣିଙ୍କୁ ଶିକ୍ଷା ଦେବା ପାଇଁ ଶ୍ରୀକୃଷ୍ଣଙ୍କ ଏହା ଏକ ଲୀଳା ଥିଲା।

Leave a Reply

Your email address will not be published. Required fields are marked *