ଜାତୀୟତାଜା ଖବର

ଲୋୟର ସୁକତେଲ ଅଫିସ ଟେଣ୍ଡରକୁ ନେଇ ବିବାଦ ନକଲି ଲାଇସେନ୍ସ ଦେଲେ ଅସଲି ଠିକାଦାର

ବଲାଙ୍ଗୀର: ନକଲି ଲାଇସେନ୍ସ ଦେଇ ଟେଣ୍ଡର ହାତେଇଲେ ଅସଲି ଠିକାଦାର। ଲୋୟର ସୁକତେଲ ଅଫିସ ଟେଣ୍ଡରକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ବିସ୍ଥାପିତ କଲୋନୀକୁ ରାସ୍ତା କାମ ପାଇଁ  ହୋଇଥିବା ଟେଣ୍ଡରରେ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହେଉଛି। ବଲାଙ୍ଗୀର ଲୋୟର ସୁକତେଲ ଅଫିସରେ ଏକ ଟେଣ୍ଡରକୁ ନେଇ ଏବେ ଏମିତି କିଛି ଅଭିଯୋଗ ହୋଇଛି। ପ୍ରକଳ୍ପର ବିସ୍ଥାପିତ କଲୋନୀକୁ ରାସ୍ତା କାମ ପାଇଁ ଟେଣ୍ଡର ବାହାରିଥିଲା। ଅନେକ ଠିକାଦାର ଟେଣ୍ଡର ପକାଇଥିଲେ। ସେ ଭିତରୁ ସଇଁତଳାର ଠିକାଦାର ସୌରଭ ଅଗ୍ରୱାଲ, ଅଭିଷେକ କେଡ଼ିଆଙ୍କ ନାଁରେ ଏକ ନକଲି ଲାଇସେନ୍ସ ତିଆରି କରି ଟେଣ୍ଡର ପକାଇଥିଲେ। ନକଲି ଲାଇସେନ୍ସ ଦେଇ ଏହି ଠିକା କାମ ପାଇଥିବାର ଅଭିଯୋଗ କରିଥିଲା ବଲାଙ୍ଗୀର ଠିକାଦାର ସଂଘ। ଅଭିଯୋଗ ପରେ ଯାଞ୍ଚ କରି ଲାଇସେନ୍ସ ନକଲି ଥିବା ଜାଣିବାକୁ ପାଇଥିଲେ ଲୋୟର ସୁକତେଲ ମୁଖ୍ୟ ଯନ୍ତ୍ରୀ। କିନ୍ତୁ ନିୟମ ମୁତାବକ ଲାଇସେନ୍ସ ଅସଲି ନା ନକଲି ଜାଣିବା ପାଇଁ ଭୁବନେଶ୍ୱର ନିର୍ମାଣ ସୌଧକୁ ପଠାଯାଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଥିଲେ ବି ଏତେ ବଡ଼ ସ୍କାମ୍ କେମିତି ଘଟିଲା ତାକୁ ନେଇ ପ୍ରଶ୍ନ ଉଠୁଛି। ସେପଟେ ଏନେଇ ସୌରଭ ଅଗ୍ରୱାଲଙ୍କ ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published. Required fields are marked *