ଆନ୍ତର୍ଜାତୀୟଜାତୀୟତାଜା ଖବର

ଭାରତରେ ରୁବିଓ ମୋଦିଙ୍କୁ ଭେଟି ଦ୍ବିପାକ୍ଷୀକ ଆଲୋଚନା ଉପରେ ଗୁରୁତ୍ବ

ନୂଆଦିଲ୍ଲୀ,୨୩|୫: କୋଲକାତାର ଏକ ସଂକ୍ଷିପ୍ତ ଗସ୍ତ ପରେ, ଆମେରିକାର ବୈଦେଶିକ ମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପ୍ରଥମ ସରକାରୀ ଭାବେ ଭାରତ ଗସ୍ତରେ ଆସି କୋଲକାତାରେ ପହଞ୍ଚି ଆମେରିକା ରାଷ୍ଟ୍ରଦୂତଙ୍କୁ ଭେଟିଛନ୍ତି ମାର୍କୋ ରୁବିଓ। ଭାରତରେ ନବନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏହି ଉଚ୍ଚସ୍ତରୀୟ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି। ରୁବିଓଙ୍କ ଭାରତ ଗସ୍ତକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଉନ୍ନତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ଏହ ଗସ୍ତ ଗତ ବର୍ଷ ମଧ୍ୟରେ ଦୁଇ ଦେଶ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତାକୁ ଦୂର କରିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ, ଏହି ଗସ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ରଣନୀତି ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ସମୟରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବହୁ ପ୍ରତୀକ୍ଷିତ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏହା କ୍ୱାର୍ଡର ଭବିଷ୍ୟତ ସମ୍ପର୍କରେ ଚାଲିଥିଲା କଳ୍ପନାଜଳ୍ପନାର ମଧ୍ୟ ଅନ୍ତ କରିବ। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳରେ ଭାରତ-ଆମେରିକା ସମ୍ପର୍କରେ ଯେଉଁ ଅବନତି ଆରମ୍ଭ ହୋଇଥିଲା, ତାହା ଟ୍ରମ୍ପଙ୍କ ଶାସନ କାଳରେ ମଧ୍ୟ ଥମିନାହିଁ ବୋଲି କୂଟନୈତିକ ବିଶେଷଜ୍ଞମାନେ ମତ ଦିଅନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଅପରେସନ୍  ସମୟରେ ସମୟରେ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ଦାବି କଲେ । ଭାରତ ଘରୋଇ ରାଜନୈତିକ ମୋର୍ଚ୍ଚାରେ ଅସୁବିଧାର ସମ୍ମୁଖୀନ ହେଲା । ଭାରତ ଉପରେ ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କ ଉତ୍ତେଜନାକୁ ଆହୁରି ତୀବ୍ର କରିଥିଲା । ଆତଙ୍କବାଦ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ହେଉଛି। ଭାରତ ଏହି ବୈଠକକୁ କେବଳ ତୈଳ କ୍ରୟ ପର୍ଯ୍ୟନ୍ତ ସୀମିତ ରଖିବା ସପକ୍ଷରେ ନାହିଁ । ଏହା ଏକ ସକ୍ରିୟ କ୍ୱାଡ୍ ବୈଠକ, ସୀମାପାର ଆତଙ୍କବାଦ ଉପରେ ଆମେରିକା ସହିତ ସହଯୋଗ ଏବଂ ଏକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମାକୁ ଶୀଘ୍ର ଚୂଡାନ୍ତ କରିବା ପାଇଁ ମଧ୍ୟ ଆହ୍ୱାନ କରିବ। ସୁତ୍ର ଅନୁଯାୟୀ ରୁବିଓଙ୍କ ଗସ୍ତ ଅତୀତକୁ ଭୁଲି ଏକ ନୂଆ ଆରମ୍ଭ ହେବ। ଭାରତ ଯିବା ପୂର୍ବରୁ ରୁବିଓ କହିଥିଲେ ଯେ, ସେ ଭାରତର ସସସ୍ତ ଶକ୍ତି ଅବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ । ସେ ଅଶୋଧିତ ତେଲ ବିଷୟରେ କହିଥିଲେ। ସେ ଏପରି ମଧ୍ୟ କହିଥିଲେ ଯେ, ଆମେରିକା ଭାରତ ଯେତେ ତେଲ ଚାହୁଁଛି ସେତିକି ଯୋଗାଇବ । ଯଦି ଏହି ବିଷୟରେ ଏକ ଚୁକ୍ତି ହୁଏ, ତେବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ମଧ୍ୟ ଆଗାମୀ ଦିନରେ ଭାରତ ଗସ୍ତ କରିପାରିବେ । ଆମେରିକା ଭାରତକୁ କେବଳ ଭେନେଜୁଏଲାର ତେଲ ଦେବ । ତଥାପି ବୈଦେଶିକ ମନ୍ତ୍ରଣାଳୟର ସୁତ୍ର କହିଛି ଯେ ତେଲ କ୍ରୟ କେଉଁ ମୂଲ୍ୟରେ ଉପଲବ୍ଧ ତାହା ଉପରେ ନିର୍ଭର କରିବ । ଯଦି ରୁଷ ପରି କମ ମୂଲ୍ୟରେ ତେଲ ଉପଲବ୍ଧ ହୁଏ, ତେବେ ଏହା ଭାରତର ସ୍ୱାର୍ଥରେ ହେବ ।

Leave a Reply

Your email address will not be published. Required fields are marked *