ଭୁଶୁଡ଼ିଲା ଷ୍ଟାଡିୟମ ପାଚେରୀ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସ୍ଥିତ ମିନିଷ୍ଟାଡିୟମ ପାଚେରି ଭୁଶୁଡ଼ି ପଡିଛି। ଗତ ଗୁରୁବାର ବର୍ଷାରେ ଏହି ପାଚେରିଟି ଭାଙ୍ଗି ଯାଇଛି। ୧୯୯୮ ମସିହାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ଷ୍ଟାଡିୟମ ଓ ପାଚେରି ନିର୍ମାଣ କରାଯାଇଥିଲା। ଗୁରୁବାର ପ୍ରବଳ ବର୍ଷା ହୋଇଥିବାରୁ ଜାତୀୟ ରାଜପଥ ସମ୍ମୁଖ ପାଚେରିର ଗୋଟିଏ ଅଂଶ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିଲା। ବୁଲା ଗାଈଗୋରୁଙ୍କ ଉପଦ୍ରବରୁ ସୁରକ୍ଷା ପାଇଁ ତୁରନ୍ତ ଏହାର ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଷ୍ଟାଡିୟମର ରକ୍ଷଣାବେକ୍ଷଣା ଦିଗ ପ୍ରତି ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି।

