ଜାତୀୟତାଜା ଖବର

ଟିଏମସି ବିଧାୟକଙ୍କ ଘରେ ଇଡିର ରେଡ, ବେଡ୍ ତଳୁ ମିଳିଲା ବିପୁଳ ଟଙ୍କା

କୋଲକାତା : ନଗର ନିଗମରେ ନିଯୁକ୍ତି ଘୋଟାଲା ଅଭିଯୋଗରେ ଛନ୍ଦି ହେଲେ ଟିଏମସିର ଫାୟାରବ୍ରାଣ୍ଡ ବିଧାୟକ ମଦନ ମିତ୍ରା। ଶନିବାର ସକାଳେ ତାଙ୍କ ଘରେ ଇଡି ରେଡ୍ କରିଛି। ଚଢାଉ ବେଳେ ବେଡ୍ ତଳୁ ପୁଳା ପୁଳା ଟଙ୍କା ବାହାରିଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଶନିବାର ସକାଳ ପ୍ରାୟ ୬ଟାରେ ଇଡିର ଚାରି ଜଣିଆ ଟିମ୍ ଦକ୍ଷିଣେଶ୍ଵର ସ୍ଥିତ ମଦନ ମିତ୍ରାଙ୍କ ବାସଭବନରେ ଚଢାଉ କରିଥିଲା। କେନ୍ଦ୍ରୀୟ ସୁରକ୍ଷା ବାହିନୀର ଉପସ୍ଥିତିରେ ରେଡ୍ ହୋଇଥିଲା। ଏହି ସମୟରେ ମଦନଙ୍କ ବେଡରୁମ୍ ରୁ ବିପୁଳ ମାତ୍ରାରେ ନଗଦ କ୍ୟାସ୍ ଓ ଗୋପନୀୟ କାଗଜପତ୍ର ଜବତ ହୋଇଛି। ଏହି କାଗଜପତ୍ର ପୌର ନିଗମରେ ନିଯୁକ୍ତିବେଳେ ହୋଇଥିବା ଘୋଟାଲା ସହ ଜଡ଼ିତ ଥିବା ଅନୁମାନ କରାଯାଉଛି। ଏତଦ୍ ବ୍ୟତୀତ ମଦନ ମିତ୍ରାଙ୍କ ଭବାନୀପୁର ସ୍ଥିତ ଘର, ଜୋକା ସ୍ଥିତ ପୁରୁଣା ଫ୍ଲାଟ୍, ଭବାନୀପୁର ସ୍ଥିତ ଘର, ଜାଦୁବୁବା ବଜାରରେ ଥିବା ପାର୍ଟି କାର୍ଯ୍ୟାଳୟରେ ରେଡ୍ ହୋଇଛି। ଜବତ ହୋଇଥିବା କାଗଜପତ୍ରରୁ ବହୁ ଘୋଟାଲା ଉପରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି। ସୂଚନା ଥାଉକି, ଟିଏମସି ବିଧାୟକ ମଦନ ମିତ୍ରା ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି। କିଛି ଦିନ ତଳେ ସେ ଭଗବାନ ରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଭଗବାନ ରାମ ହିନ୍ଦୁ ନୁହଁନ୍ତି ମୁସଲମାନ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *