ତାଜା ଖବର

ଜାତୀୟତାଜା ଖବର

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା, ପୁଲିସ ରିମାଣ୍ଡରେ ଓଏଏସ ଭୀମସେନ ଟୁଡୁ

ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୁଲିସ। ସୋମବାର OAS ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି JMFC-2 କୋର୍ଟ । ରିମାଣ୍ଡ ମିଳିବା ପରେ ଏବେ ଭୀମସେନକୁ ଅଧିକ ପଚରାଉଚରା କରିବ କମିଶନରେଟ ପୋଲିସ।

Read More
ଜାତୀୟତାଜା ଖବର

ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ରାଜ୍ୟର ୧୦ ବିଦ୍ୟାଳୟ ମନୋନୀତ

କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର ୧୦ ବିଦ୍ୟାଳୟ ମନୋନୀତ ହୋଇଛି। ଓଡିଶାର ୧୦ ବିଦ୍ୟାଳୟକୁ ମିଳିଲା ଜାତୀୟ ମାନ୍ୟତା। ଭାରତ ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ (SHVR)୨୦୨୫-୨୬ ପୁରସ୍କାର ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା ୧୦ ବିଦ୍ୟାଳୟକୁ ଚୟନ କରାଯାଇଛି।

Read More
ଜାତୀୟତାଜା ଖବର

ଶୁଭେନ୍ଦୁ ସରକାରଙ୍କ ପ୍ରଥମ ବଜେଟ୍ ବେରୋଜଗାର ଲୋକଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା

କୋଲକାତା- ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ଆଜି ବିଜେପି ସରକାରର ପ୍ରଥମ ବଜେଟ ଉପସ୍ଥାପନ ହୋଇଛି। ୨୦୨୬-୨୭ ବର୍ଷ ପାଇଁ ଶୁଭେନ୍ଦୁଙ୍କ ସରକାର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା, ଭିତ୍ତିଭୂମି ପ୍ରକଳ୍ପ ଏବଂ ନିଯୁକ୍ତି ସମ୍ବନ୍ଧୀୟ ପ୍ରତିଶ୍ରୁତି ଘୋଷଣା କରାଯାଇଛି।

Read More
ଜାତୀୟତାଜା ଖବର

ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଶରଣକୁଳ ଥାନା ଆଇଆଇସି ନିଲମ୍ବିତ

ନୟାଗଡ଼- କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ଆଚରଣ ନେଇ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ପୂର୍ବତନ IICଙ୍କୁ ସସପେଣ୍ଡ କରିଛନ୍ତି ପୋଲିସ ଡିଜି। ନିଲମ୍ବିତ ଆଇଆଇସି ହେଲେ ସୁଜିତ କୁମାର ଦାସ। ସେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା

Read More
ଆନ୍ତର୍ଜାତୀୟତାଜା ଖବର

ବ୍ରିଟେନ ରାଜନୀତିରେ ହଟଚମଟ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଷ୍ଟାରମର୍ ୧୦ ବର୍ଷରେ ଷଷ୍ଠ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବ୍ରିଟେନ ରାଜନୀତିରେ ହଟଚମଟ। ଲେବର ପାର୍ଟିରେ ଅଶାନ୍ତି ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ସୋମବାର ଇସ୍ତଫା ଦେଇଛନ୍ତି। ୧୦ ବର୍ଷ ମଧ୍ୟରେ ଷ୍ଟାରମର୍ ହେଉଛନ୍ତି ଷଷ୍ଠ ପ୍ରଧାନମନ୍ତ୍ରୀ ଯିଏ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ, ଦେଶର ସର୍ବୋତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Read More
ଜାତୀୟତାଜା ଖବର

ତ୍ରୁଟିମୁକ୍ତ ବହି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ ପାଠ୍ୟପୁସ୍ତକରେ ରହିବ ବାରକୋଡ୍

ରାଜ୍ୟ ସରକାରଙ୍କ ଅଧୀନସ୍ଥ ପ୍ରଥମରୁ ଅଷ୍ଟମ ସ୍କୁଲ ପୁସ୍ତକ ବ୍ୟାପକ ମୁଦ୍ରଣଗତ ଓ ତଥ୍ୟଗତ ତ୍ରୁଟି ରହିଛି। ମୁଦ୍ରଣରେ ବ୍ୟାପକ ତ୍ରୁଟିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ବହିରେ ରହିବ ବାରକୋଡ୍। ପାଠ୍ୟପୁସ୍ତକରେ ତ୍ରୁଟି ରୋକିବା ଏବଂ ପାଠପଢ଼ାକୁ ଅଧିକ ଆଧୁନିକ କରିବା ପାଇଁ ଏହି ନୂଆ ପଦକ୍ଷେପ ନିଆଯାଇଛି।

Read More
ଜାତୀୟତାଜା ଖବର

ନିଟ-ୟୁଜି ପୁନଃ ପରୀକ୍ଷା, ଏନଟିଏର ବଡ଼ ଅବହେଳା ନାଗପୁର ଛାତ୍ରଙ୍କର ପରୀକ୍ଷା କେନ୍ଦ୍ର ଆବୁଧାବିରେ

ପେପର ଲିକ୍ ଘଟଣା ପରେ ଏନଇଇଟି-୨୦୨୬ ପୁନଃପରୀକ୍ଷା ରବିବାର ଜୁନ୍ ୨୧ରେ ଅନୁଷ୍ଠିତ ହେବ। ଦେଶର ୨୨ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ପରୀକ୍ଷା ପୂର୍ବରୁ, ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଏକ ବଡ଼ ଅବହେଳା ସାମନାକୁ ଆସିଛି । ପରୀକ୍ଷା ପୂର୍ବରୁ ନୂତନ ଆଡମିଟ୍ କାର୍ଡ ଜାରି କରାଯାଇଥିଲା। ନାଗପୁରର ଜଣେ ଛାତ୍ରଙ୍କୁ ଦୁବାଇର ଆବୁଧାବିରେ ପରୀକ୍ଷାକେନ୍ଦ୍ର ମିଳିଛି।

Read More
ଆନ୍ତର୍ଜାତୀୟତାଜା ଖବର

ଅସ୍ତ୍ରବିରତି ସତ୍ତ୍ୱେ ଦକ୍ଷିଣ ଲେବାନନରେ ଇସ୍ରାଇଲର ଆକ୍ରମଣ, ୫ ମୃତ

ଇସ୍ରାଏଲ ଶନିବାର ଦକ୍ଷିଣ ଲେବାନନରେ ବିମାନ ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲୀ ଯୁଦ୍ଧ ବିମାନ ଏବଂ ଡ୍ରୋନ୍‌ଗୁଡ଼ିକ ନାବାଟିହ ଅଞ୍ଚଳରେ ରାତିସାରା ଆକ୍ରମଣ କରିଥିଲେ, ଯାହା ଦ୍ୱାରା ଆବାସିକ କୋଠା ଏବଂ ଘରଗୁଡ଼ିକ ଧ୍ୱଂସ ପାଇଯାଇଛି। ସକାଳ ହେବା ପୂର୍ବରୁ ନାବାଟିହ ଏବଂ ଆଖପାଖ ଅଞ୍ଚଳଗୁଡ଼ିକୁ ମଧ୍ୟ ଟାର୍ଗେଟ କରି ତୋପ ମାଡ଼ କରାଯାଇଥିଲା। ଇରାନ ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀ ଶତ୍ରୁତା ବନ୍ଦ କରିବାକୁ ରାଜି ହେବା ପରେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଛି।

Read More
ଜାତୀୟତାଜା ଖବର

ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସବ, ଗୋଟିଏ ମଞ୍ଚରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୪୭,୬୦୦ କୋଟିର ପ୍ରକଳ୍ପ ବର୍ଷା

ଗୋଟିଏ ମଞ୍ଚରେ ବସିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ତାଙ୍କ ଜନ୍ମମାଟିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାସହିତ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁର ପାହାଡ଼ପୁରରେ ଆୟୋଜିତ ଭବ୍ୟ ସମାରୋହରେ ଯୋଗ ଦେଇ ଏହି ଦୁଇ ରାଷ୍ଟ୍ରମୁଖ୍ୟ ମୋଟ ୪୭, ୬୦୦ କୋଟି ଟଙ୍କାରୁ ଅଧିକ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି।

Read More
ଜାତୀୟତାଜା ଖବର

ମୋଦୀଙ୍କ ବଡ଼ ଘୋଷଣା, ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’

ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେଇ କହଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂରଣ କରିଛି। ୨ ବର୍ଷରେ ମହାପୁରୁଷଙ୍କ ସ୍ବପ୍ନ ପୂରଣ ପାଇଁ ସରକାର ଅନେକ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଆଜିର ଜନ୍ମଦିନ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୟୂରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ।

Read More