ଆନ୍ତର୍ଜାତୀୟତାଜା ଖବର

କତାର ଏଲପିଜି ବିସ୍ଫୋରଣରେ ୧୨ ଭାରତୀୟ ମୃତ, ୬୬ ଆହତ ହେଲ୍ପଲାଇନ ନମ୍ବର ଜାରି କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ: କତାରର ରାସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟିରେ ଏକ ଏଲପିଜି ଗ୍ୟାସ କାରଖାନାରେ ବିସ୍ଫୋରଣ ଘଟି ଭାରତ-ପାକିସ୍ତାନର ୧୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୨ଜଣ ଭାରତୀୟ ଥିବା ଜଣାପଡ଼ିଛି। ତେବେ ମୃତାହତଙ୍କ ପରିବାର ଲୋକଙ୍କ ସହ ଯୋଗାେଯାଗ ସ୍ଥାପନ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ କତାରର ଏକ ଗ୍ୟାସ କାରଖାନାରେ ବିସ୍ଫୋରଣ ହେବା ପରେ ଭୟଙ୍କର ନିଆଁ ଲାଗିଯାଇଥିଲା। ସୋମବାର ଦିନ କତାରର ଶକ୍ତି ମନ୍ତ୍ରୀ ଏହି ଘଟଣା ନେଇ ନିଶ୍ଚିତ କରିଥିଲେ। ସେ କହିଛନ୍ତି ଯେ ଏହି ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୬ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ଏହା ମଧ୍ୟ ରିପୋର୍ଟ କରାଯାଇଛି ଯେ ଏହା ଏକ ଦୁର୍ଘଟଣା ଥିଲା, ଅନ୍ତର୍ଘାତ କିମ୍ବା ଶତ୍ରୁତାମୂଳକ କାର୍ଯ୍ୟ ନୁହେଁ। ଇରାନ ଦ୍ୱାରା ଆକ୍ରମଣ ପରେ ଏହି ଘଟଣା ଘଟିଛି। ଦୁର୍ଘଟଣାରୁ ମିଳିଥିବା ସୂଚନା ଅନୁଯାୟୀ, ୧୩ ଜଣ ଭାରତୀୟ ଏବଂ ପାକିସ୍ତାନୀ ନାଗରିକଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଅନ୍ୟ ୬୬ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କର ଚିକିତ୍ସା ଚାଲିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏବେ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛି। କତାରରେ ଥିବା ଭାରତୀୟ ଦୂତାବାସ କହିଛି, ” ରାସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟିରେ ହୋଇଥିବା ଦୁର୍ଘଟଣା ପାଇଁ ସମବେଦନା ପ୍ରକାଶ କରୁଛୁ।” ଏହା ବ୍ୟତୀତ, ଦୂତାବାସ କହିଛି, “ଆମେ କତାର କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛୁ ଏବଂ ଯେଉଁମାନେ ପ୍ରାଣ ହରାଇଛନ୍ତି କିମ୍ବା ଆହତ ହୋଇଛନ୍ତି ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବୁ।” ଦୂତାବାସ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି। ଦୂତାବାସ ଦ୍ୱାରା ପ୍ରଦାନ କରାଯାଇଥିବା ଯୋଗାଯୋଗ ନମ୍ବର ଗୁଡ଼ିକ ମଧ୍ୟରେ +୯୭୪୫୫୬୪୭୫୦୨ କିମ୍ବା +୯୭୫-୫୫୩୮୪୬୮୩ ଅନ୍ତର୍ଭୁକ୍ତ।

Leave a Reply

Your email address will not be published. Required fields are marked *