ଆନ୍ତର୍ଜାତୀୟଜାତୀୟ

ଆସନ୍ତା ୧୪ରେ ଟ୍ରମ୍ପଙ୍କ ଜନ୍ମଦିନ ହ୍ୱାଇଟ୍‌ ହାଉସ୍‌ରେ ହେବ ଜୋରଦାର ଫାଇଟ୍‌ !

ନୂଆଦିଲ୍ଲୀ,୨୯|୦୫; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ୧୪ ତାରିଖ ୮୦ ବର୍ଷ ବୟସରେ ପାଦ ଥାପିବେ । ଏ ଅବସରରେ ହ୍ୱାଇଟ୍ ହାଉସ୍‌ରେ ଅଲ୍ଟିମେଟ୍ ଫାଇଟିଂ ଚାମ୍ପିଅନ୍ସିପ (ୟୁଏଫ୍‌ସି) ପ୍ରତିଯୋଗିତା ଆୟୋଜିତ ହେବ । ୟୁଏଫ୍‌ସି ବିଶ୍ୱର ସବୁଠୁ ବଡ଼ ମିକ୍ସଡ ମାର୍ଶଲ ଆର୍ଟସ (ଏମ୍ଏମ୍ଏ) ସଂସ୍ଥା । ଏଥିରେ ଭିନ୍ନ ଭିନ୍ନ ଲଢ଼େଇରେ ପ୍ରତିଯୋଗୀମାନେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ୟୁଏଫ୍‌ସି ମୁଖ୍ୟ ଡାନା ହ୍ୱାଇଟ୍ କହିଛନ୍ତି, ହ୍ୱାଇଟ୍ ହାଉସ୍‌ରେ ଲଢ଼େଇ କରାଇବାର ବିଚାର ନିଜେ ଟ୍ରମ୍ପଙ୍କର । ଏଥିପାଇଁ ହ୍ୱାଇଟ୍ ହାଉସ୍‌ ସାଉଥ୍ ଲନ୍‌ର ସ୍ୱତନ୍ତ୍ର ଫାଇଟିଂ ଏରିଆ ପ୍ରସ୍ତୁତ କରାଯାଉଛି । ସେଠାରେ ୪ ହଜାରରୁ ଅଧିକ ଲୋକ ବସିପାରିବେ । ଏଥିସହ ହ୍ୱାଇଟ୍ ହାଉସ୍ ନିକଟରେ ଏଲିପ୍ସ ପଡ଼ିଆରେ ଲଢ଼େଇ ଦେଖିବା ପାଇଁ ବଡ଼ ସ୍କ୍ରିନ୍ ଲାଗିବ । ଏଠାରେ ହାରାହାରି ୧ ଲକ୍ଷ ଲୋକ ମାଗଣାରେ ପ୍ରତିଯୋଗିତା ଦେଖିପାରିବେ । ହ୍ୱାଇଟ୍ କହିଛନ୍ତି, ଟ୍ରମ୍ପ୍ ଚାହୁଁଥିଲେ ଯେ ଏହି ପ୍ରତିଯୋଗିତା ଆମେରିକାର ୨୫୦ତମ ସ୍ଥାପନା ବର୍ଷ ପାଳନର ଅଂଶ ହେଉ । ରିପୋର୍ଟ ଅନୁସାରେ, ମୁଖ୍ୟ ପ୍ରତିଯୋଗିତାରେ ଆମେରିକୀୟ ଫାଇଟର ଜଷ୍ଟିନ ଗେଥଜି ଓ ଜର୍ଜିଆର ଷ୍ଟାର୍ ଫାଇଟର ଇଲିୟା ଟୋପୁରିୟା ସାମ୍ନା-ସାମ୍ନି ହେବେ । ଟ୍ରମ୍ପ୍ ନିକଟରେ କହିଥିଲେ, ୟୁଏଫ୍‌ସି ପ୍ରତିଯୋଗିତାର ଟିକଟ ଚାହିଦା ବହୁତ ଅଧିକ । ଲୋକଙ୍କୁ ଏହା ପୂର୍ବରୁ କୌଣସି ମାମଲାରେ ଏତେ ଉତ୍ସାହିତ ସେ ପୂର୍ବରୁ କେବେ ଦେଖିନଥିଲେ । ହ୍ୱାଇଟ୍ ହାଉସ୍‌ରେ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଟ୍ରମ୍ପ୍ ଆସନ୍ତା ଅଗଷ୍ଟରେ ୱାଶିଂଟନ୍ ରାସ୍ତାରେ ଇଣ୍ଡିକାର୍ ରେସ୍ କରାଇବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *