ଆନ୍ତର୍ଜାତୀୟଜାତୀୟତାଜା ଖବର

ତରଳୁଛି ଗ୍ଲେସିୟର, ଅସ୍ଥିର ହେଉଛି ହିମାଳୟ ନଦୀ

ନୂଆଦିଲ୍ଲୀ,  ୨୬|୫:  ଜଳବାୟୁ ପରିବର୍ତ୍ତନ ଯୋଗୁଁ ତରଳୁଛି ହିମାଳୟ ଗ୍ଲେସିୟର। ବିଶାଳକାୟ ବରଫ ତରଳିବା ଦ୍ୱାରା ହିମାଳୟ ନଦୀ ଉପରେ ଏହାର ପ୍ରଭାବ ପଡ଼ିବା ନେଇ ଆଶଙ୍କା ରହିଛି। ଏହି ନଦୀଗୁଡ଼ିକ ଉପରେ କୋଟି କୋଟି ଲୋକ ନିର୍ଭରଶୀଳ ହୋଇଥିବାବେଳେ ଆଗକୁ ବଡ଼ ବିପଦ ଆସୁଥିବା ଆଶଙ୍କା ରହିଛି।  । ଏକ ସଦ୍ୟତମ ଅଧ୍ୟୟନ ଅନୁସାରେ, ଏହି ନଦୀଗୁଡ଼ିକ ବିପଜ୍ଜନକ ଭାବେ ଅସ୍ଥିର ହେଉଛି । ଏପର୍ଯ୍ୟନ୍ତ ହୋଇଥିବା ରେକର୍ଡ ତୁଳନାରେ ନଦୀଗୁଡ଼ିକ ଅତ୍ୟନ୍ତ ଦ୍ରୁତ ବେଗରେ ଦିଗ ପରିବର୍ତ୍ତନ କରୁଛି, ଯାହା ନିକଟସ୍ଥ ସମୁଦାୟ, ଚାଷଭୂମି ଓ ଭିତ୍ତିଭୂମି ପ୍ରତି ବିପଦ ବଢ଼ାଉଛି । ବେଜିଂର ଚାଇନା ୟୁନିଭର୍ସିଟି ଅଫ୍ ଜିଓସାଇନ୍ସେସ୍‌ର ପ୍ରଫେସର ଚେଙ୍ଗଶାନ୍ ୱାଙ୍ଗ ଓ ଡା. ଝୋଙ୍ଗପେଙ୍ଗ ହାନ୍ ଏବଂ ସିଚୁଆନ ବିଶ୍ୱବିଦ୍ୟାଳୟର ଡା. ଝିପେଙ୍ଗ ଅଧ୍ୟୟନର ନେତୃତ୍ୱ ନେଇଥିଲେ । ସେମାନେ ସାଟେଲାଇଟ୍ ଛବି ଓ ୧୯୮୦-୨୦୨୦ ପର୍ଯ୍ୟନ୍ତ ଦୀର୍ଘ ୪ ଦଶନ୍ଧିର କ୍ଷେତ୍ର ଅବଲୋକନ ଜରିଆରେ ହିମାଳୟର ୩ ପ୍ରମୁଖ ନଦୀ ଘାଟିରେ ପରିବର୍ତ୍ତନକୁ ବିଶ୍ଳେଷଣ କରିଛନ୍ତି।

 

Leave a Reply

Your email address will not be published. Required fields are marked *