ଜାତୀୟତାଜା ଖବର

ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ବର: ଭୋଟର ତାଲିକା ସଂଶୋଧନ ପାଇଁ ଉଦ୍ଦିଷ୍ଟ ପରିଗଣନା ଫର୍ମ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲାରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬’ (SIR-2026) ଅଭିଯାନ ଆଜି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ରାଇକଳା ଗ୍ରାମସ୍ଥିତ ନିଜ ବାସଭବନରେ ଏହି ଫର୍ମ ପୂରଣ କରିଛନ୍ତି। ରାଇକଳା ବୁଥ୍‌ର ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀ (BLO) ମୁଖ୍ୟମନ୍ତ୍ରୀଙ୍କୁ ଏହି ଫର୍ମ ପ୍ରଦାନ କରିଥିଲେ। କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଵିଶାଲ ସିଂହଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ସମଗ୍ର ପ୍ରକ୍ରିୟାଟି ବେଶ୍ ସୁରୁଖୁରୁରେ ଶେଷ ହୋଇଛି। ଭୋଟର ତାଲିକା ସଂଶୋଧନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ସକ୍ରିୟ ଭାଗିଦାରୀ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବ। ଏହା ଦ୍ୱାରା ନାଗରିକମାନେ ନିଜର ଭୋଟର ବିବରଣୀକୁ ସଠିକ୍ ଓ ଅପ୍‌ଡେଟ୍ ରଖିବା ପାଇଁ ଅଧିକ ସଚେତନ ଓ ଅନୁପ୍ରାଣିତ ହେବେ ବୋଲି ଆଶା କରାଯାଉଛି। ସହଯୋଗ କରିବାକୁ ପ୍ରଶାସନ ସମସ୍ତଙ୍କୁ ନିବେଦନ କରିଛି। ଶେଷରେ, ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ଏଥିସହିତ ସଂଶୋଧନ ପ୍ରକ୍ରିୟା ସମୟରେ ଘରକୁ ଘର ବୁଲୁଥିବା ବିଏଲ୍‌ଓ (BLO) ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରଶାସନ ସମସ୍ତଙ୍କୁ ନିବେଦନ କରିଛି।

Leave a Reply

Your email address will not be published. Required fields are marked *