ପୁଣି ବଢ଼ିଲା ସିଏନଜି ଦର
ନୂଆଦିଲ୍ଲୀ, ୨୬|୫ : ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ସିଏନଜି ଦର । ଆଜି ସିଏନ୍ଜି ଦର ପ୍ରତି ଲିଟର ପିଛା ୨ ଟଙ୍କା ବଢ଼ିଛି । ଗତ ୧୧ ଦିନରେ ଚତୁର୍ଥ ଥର ପାଇଁ ସିଏନଜି ଦର ବୃଦ୍ଧି ହୋଇଛି। ସିଏନଜି ଲିଟର ପିଛା ୮୧ ଟଙ୍କା ୦୯ ପଇସାରୁ ବୃଦ୍ଧି ପାଇ ୮୩ ଟଙ୍କା ୦୯ ପଇସା ହୋଇଛି । ମୁମ୍ବାଇରେ ସିଏନଜି ଦର ୮୧ ଟଙ୍କା ଥିବା ବେଳେ କୋଲକାତାରେ ୯୩ ଟଙ୍କା ୫୦ ପଇସା ହୋଇଛି। ଚେନ୍ନାଇରେ ଦର ୯୧ ଟଙ୍କା ୫୦ ପଇସା ହୋଇଛି । ବେଙ୍ଗାଲୁରୁରେ ଦର ୯୦ ଟଙ୍କା ଛୁଇଁଛି । ଅନ୍ୟପଟେ ଗତକାଲି ପେଟ୍ରୋଲ-ଡିଜେଲ ଦର ବଢିଥିବାବେଳେ ଲିଟର ପ୍ରତି ପ୍ରାୟ ୮ ଟଙ୍କା ବଢିଗଲାଣି । ଏଭଳି ସ୍ଥିତିରେ ଆଗକୁ ପରିବହନ ଖର୍ଚ୍ଚ ସହ ଆହୁରି ମହଙ୍ଗା ମାଡ଼ରେ ଖାଉଟି ଏକପ୍ରକାର ଚେପା ହୋଇଯିବା ଥୟ । ଇନ୍ଧନ ଦର ବଢିବା ଦ୍ୱାରା ଟ୍ରକ୍ ଏବଂ ବସ୍ ଭଡ଼ା ବଢିବ । ଫଳରେ ଅନ୍ୟ ରାଜ୍ୟରୁ ଆସୁଥିବା ପନିପରିବା, ଫଳ ଏବଂ ରାସନ୍ ଆଦି ମହଙ୍ଗା ହେବା ସମ୍ଭାବନା ରହିଛି।

