ଜାତୀୟତାଜା ଖବର

ମହିଳା ବେଶରେ ଆସି ପତ୍ନୀଙ୍କୁ ଏସିଡ ମାଡ଼

କଟକ, ୧୧|୬: ମହିଳା ବେଶରେ ଆସି ପତ୍ନୀଙ୍କ ଉପରକୁ ଏସିଡ୍ ମାଡ଼ କଲେ ସ୍ବାମୀ। ଏସିଡ୍ ମାଡ଼ରେ ପତ୍ନୀଙ୍କର ବିଶେଷ କ୍ଷତି ହୋଇନଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ସ୍ଥାନୀୟ ଲୋକେ ସ୍ୱାମୀଙ୍କୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ । ଅଭିଯୁକ୍ତ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ନତକାଇ ଗ୍ରାମର ରାକେଶ ରାଉତ । ସୂଚନା ଯୋଗ୍ୟ, ରାକେଶଙ୍କ ସହ ପତ୍ନୀଙ୍କ ବିବାଦ ଥିଲା । ଦୁହେଁ ଅଲଗା ରହୁଥିଲେ । କିନ୍ତୁ ସବୁବେଳେ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲେ ସ୍ୱାମୀ । ଶେଷରେ ମହିଳା ବେଶରେ ଆସି ପତ୍ନୀଙ୍କ ଉପରକୁ ଏସିଡ୍ ମାଡ଼ କଲେ । ପତ୍ନୀଙ୍କ ଏତଲା ଆଧାରରେ ରାକେଶଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୁଲିସ୍ ।

Leave a Reply

Your email address will not be published. Required fields are marked *