ଜାତୀୟତାଜା ଖବର

ରାଜ୍ୟରେ ହିଟଓ୍ବେଭ ଜାରି ଖୋର୍ଦ୍ଧାରେ 25 ଯାଏଁ ସକାଳୁଆ ସ୍କୁଲ, ପୁରୀରେ 22 ଯାଏଁ ଛୁଟି

ଭୁବନେଶ୍ବର : ମୌସୁମୀର ଲୁଚକାଳି ଖେଳ ଭିତରେ ରାଜ୍ୟରେ ହିଟଓ୍ବେଭ ଜାରି ରହିଛି। ବର୍ତ୍ତମାନ ମୌସୁମୀ ଦୁର୍ବଳ ସ୍ଥିତିରେ ଥିବାବେଳେ ଯଥେଷ୍ଟ ବର୍ଷା ହୋଇ ନ ଥିବାରୁ ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହୁଛି। ସକାଳୁ ଗରମ ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ହିଟଓ୍ବେଭକୁ ଦେଖି ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ ଘୋଷଣା କରାଯାଇଛି।  ଅନ୍ୟପକ୍ଷରେ ପୁରୀରେ ସ୍କୁଲ ଛୁଟି ଅବଧି ବଢିଛି।

ହିଟଓ୍ବେଭ ସ୍ଥିତିକୁ ଦେଖି ଖୋର୍ଦ୍ଧା ଜିଲ୍ଲାରେ  ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ ଘୋଷଣା କରାଯାଇଛି। ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ । ୧୯ରୁ ୨୫ ତାରିଖ ଯାଏ ହେବ ସକାଳୁଆ ସ୍କୁଲ ହେବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୁରୀରେ ସ୍କୁଲ ଛୁଟି ଅବଧି ବଢାଯାଇଛି। ୧୮ ତାରିଖରେ ସ୍କୁଲ ଖୋଲିବାର ଥିଲା। କିନ୍ତୁ  ୨୨ ତାରିଖ ପର୍ଯ୍ୟନ୍ତ ଛୁଟି ବୃଦ୍ଧି ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛୁଟି ଅବଧି ବୃଦ୍ଧି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ ଆସନ୍ତା ୨୨ ତାରିଖ ଯାଏ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *