ଜାତୀୟତାଜା ଖବର

ଲମତାପୁଟରେ ଲଗାତାର ବର୍ଷା, ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବନ୍ଦ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଝଡ଼ବର୍ଷା ତାଣ୍ଡବ ରଚିଥିବାବେଳେ ପ୍ରବଳ ବେଗରେ ପବନ ବୋହିଥିଲା। ଝଡ଼ ବର୍ଷାରେ ଗଛ ଭାଙ୍ଗିଲାଥିବାବେଳେ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇପଡ଼ିଛି। ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ସୃଷ୍ଟି ହୋଇଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକ ବଙ୍କା ହୋଇଯାଇଥିବାରୁ ବିଦ୍ୟୁତ ସେବା ମଧ୍ୟ ପ୍ରଭାବିତ ହୋଇଛି। ଲଗାତାର ବର୍ଷା ପ୍ରଭାବରେ ଅନକାଡେଲି  ଡିଏଭି ସ୍କୁଲ ରାସ୍ତା ଉପରେ ଗଛ ଭାଙ୍ଗିଯାଇଛି। ଫଳରେ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ରାସ୍ତା ଅବରୋଧ ଯୋଗୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକେ ଗଛ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *