ଜାତୀୟତାଜା ଖବର

ମହାବଳ ବାଘ ଛାଲ ଜବତ, ୨ ଗିରଫ

ନୂଆପଡ଼ା:  ସୁନାବେଡ଼ା ଅଭୟାରଣ୍ୟ ଓ ଛତିଶଗଡ଼ ଉଦନ୍ତ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ବନ ବିଭାଗ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବେଆଇନ ଶିକାର ଓ ବାଘ ଛାଲ କାରବାର କରୁଛନ୍ତି। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସୀମାନ୍ତ ଛତିଶଗଡ ରାଜ୍ୟ ଉଦନ୍ତି- ସୀତାନଦୀ ଅଭୟାରଣ୍ୟ ଅଞ୍ଚଳରୁ ମହାବଳ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ବୋଳଇ ଉଦନ୍ତି ସୀତାନଦୀ ଟାଇଗର ରିଜର୍ଭ  ଉପ ନିର୍ଦ୍ଦେଶକ ବରୁଣ ଜୈନ କହିଛନ୍ତି,  ଛତିଶଗଡ ଉଦନ୍ତି ସୀତାନଦୀ ଟାଇଗର ରିଜର୍ଭ ଆଣ୍ଟି ପୋଚିଂ ଟିମକୁ ବାଘଛାଲର ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ସୂଚନା ଆଧାରରେ ଟିମ୍‌ ଚଢ଼ଉ କରିଥିଲା। ଭାନୁପ୍ରତାପପୁର ଗାଁ ନିକଟରୁ  ଦୁଇଜଣଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଏକ ମହାବଳ ବାଘଛାଲ ଜବତ ହୋଇଥିଲା। ଏହି ବାଘକୁ ସେମାନେ ଇନ୍ଦ୍ରାବତୀ ଅଭୁଝମାଡରେ ଶିକାର କରିଥିବା ସ୍ବୀକାର କରିଛନ୍ତି। ଗିରଫ ଶିକାରୀମାନେ ମହାରାଷ୍ଟ୍ର ଚନ୍ଦ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଗତ ଦିନରେ  ଉଭୟ  ସୀମାନ୍ତରେ ବାଘ ସହ ବିଭିନ୍ନ ବନ୍ୟଜନ୍ତୁ ଶିକାର କରାଯାଉଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସୀମାନ୍ତରେ ମାଓବାଦୀଙ୍କ ପ୍ରଭାବ କମିଥିବା ବେଳେ ଏବେ ଶିକାରୀମାନଙ୍କ ପ୍ରଭାବ ବଢ଼ିଛି। ଅଭୟାରଣ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଦେବା ପାଇଁ ଉଭୟ ରାଜ୍ୟର ବନବିଭାଗ ଶିକାରୀ ଉପରେ  କଡ଼ା ନଜର ରଖିବା ଜରୁରୀ ହୋଇପଡିଛି।

Leave a Reply

Your email address will not be published. Required fields are marked *