ଜାତୀୟତାଜା ଖବରରାଜ୍ୟ

୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ :  ଓଡ଼ିଶାର ୪ ଜଣ ସମ୍ମାନିତ , ୨ ପଦ୍ମ ବିଭୂଷଣ, ୬ ପଦ୍ମ ଭୂଷଣ , ୫୮ ପଦ୍ମଶ୍ରୀ

ନୂଆଦିଲ୍ଲୀ, ୨୫|୫ : ୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପଦ୍ମ ବିଭୂଷଣ ସମ୍ମାନରେ ୨ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ମରଣୋତ୍ତର ଭାବରେ ଅଭିନେତା ଧର୍ମେନ୍ଦ୍ରଙ୍କୁ ପ୍ରଦାନ କରିଥିବାବେଳେ, ତାଙ୍କ ପତ୍ନୀ ହେମା ମାଳିନୀ ପୁରସ୍କାର ଗ୍ରହଣ କରିଥିଲେ। ବେହେଲିନ୍ ବାଦକ ଏନ. ରାଜମଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା।  ପୂର୍ବରୁ ମନୋନୀତ ହୋଇଥିବା ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ପ୍ରହ୍ଲାଦ ନାଟକ, କଳାକାର ସୀମାଞ୍ଚଳ ପାତ୍ର ଏବଂ ସାନ୍ତାଳି ଭାଷାବିତ୍‌, ଆଦିବାସୀ ସାହିତ୍ୟ ଓ ସଂସ୍କୃତିର ଗବେଷକ ତଥା ସଂରକ୍ଷକ ଚରଣ ହେମ୍ବ୍ରମ୍‌ ଚଳିତ ବର୍ଷ ପଦ୍ମ ସମ୍ମାନ ପାଇଛନ୍ତି । ସେହିପରି ରାଜ୍ୟର ଜଣେ କୁଶଳୀ ବୁଣାକାର ଶରତ କୁମାର ପାତ୍ର ଏବଂ ଜନଜାତି ସାହିତ୍ୟିକ ଓ ଗବେଷକ ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ପୁରସ୍କାର ପାଇଲେ।  ୨୦୨୬ ବର୍ଷ ପାଇଁ କଳା, ସମାଜ ସେବା, ଲୋକସେବା, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଓ ଶିକ୍ଷା, କ୍ରୀଡା, ନାଗରିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ମୋଟ୍‌ ୧୩୧ ଜଣ ବ୍ୟକ୍ତିବିଶେଷ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ୬୬ ଜଣଙ୍କୁ ସମ୍ମାନିତ କରାଯାଇଛି । ଏମାନଙ୍କ ମଧ୍ୟରୁ ୨ ପଦ୍ମ ବିଭୂଷଣ, ୬ ପଦ୍ମ ଭୂଷଣ , ୫୮ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *