ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି: ଦେବାଶିଷ
ଭୁବନେଶ୍ବର,୨୫|୫: ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି କହିଛନ୍ତି ରାଜ୍ୟ ସଭା ଦେବାଶିଷ ସାମନ୍ତରାୟ। ବିଜେଡିରୁ ଇସ୍ତଫା ଦେବା ପରେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ଦେବାଶିଷ। ବର୍ଷେ ହେଲାଣି ନବୀନ ବାବୁଙ୍କୁ ମୋତେ ଦେଖା କରାଇ ଦେଲେ ନାହିଁ। ପାଣ୍ଡିଆନ ଭଲଭାବେ ଜାଣନ୍ତି ନବୀନ ବାବୁଙ୍କ ସହ ମୋର ସମ୍ପର୍କ କଣ। ତେଣୁ ସେ ମୋତେ ନବୀନ ବାବୁଙ୍କଠାରୁ ଦୂରେଇ ରଖୁଥିଲେ, ଯାହା ଫଳରେ ସେ ନବୀନ ବାବୁଙ୍କୁ ମାନ୍ୟୁପୁଲେଟ କରି ପାରିବେ। ପାଣ୍ଡିଆନ ଦଳକୁ ସଙ୍ଗଠିତ କରିବା ବଦଳରେ ନେତାଙ୍କ ବିରୋଧରେ ନିଲମ୍ବନକୁ ବେଶି ଗୁରୁତ୍ବ ଦେଉଥିଲେ। ନବୀନ ବାବୁ କହିଥିଲେ ଯେ, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ମାତ୍ର ଟ୍ରଷ୍ଟ ନାଁରେ ବାପା ବିଜୁ ବାବୁ କରିଥିବା ଘର ତାଙ୍କୁ ନବୀନବାବୁ ଦେଇ ଦେଲେ। ବିଜୁ ବାବୁଙ୍କ ସମ୍ପତ୍ତି ତାମିଲ ଲୋକଙ୍କ ପାଖକୁ ଯିବା କଥା ଦେବାଶିଷ ସହଜରେ ଗ୍ରହଣ କରିପାରୁ ନଥିବା କହିଛନ୍ତି। ଏହା ବିଜୁ ବାବୁଙ୍କୁ ଲିଗାସି ପ୍ରତି ଘୋର ଅପମାନ ବୋଲି ସେ କହିଛନ୍ତି। ଏହା କହି ସେ ଉଭୟ ପାଣ୍ଡିଆନ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି।

