୩ ଏଆଇଏଡିଏମକେ ବିଧାୟକଙ୍କ ଇସ୍ତଫା
େଚନ୍ନାଇ,୨୫|୫: ଏଆଇଏଡିଏମକେ କନ୍ଦଳ ଦେଖାଯାଇଛି। ବିଧାନସଭାରୁ ଇସ୍ତଫା ଦେଲେ ୩ ଜଣ ଏଆଇଏଡିଏମକେ ବିଧାୟକ। ଇସ୍ତଫା ପତ୍ର ଗ୍ରହଣ କଲେ ତାମିଲନାଡୁ ବିଧାନସଭା ବାଚସ୍ପତି। ତେବେ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେରେ ସାମିଲ ହୋଇଥିବା ଜଣାପଡ଼ିଛି। ଏହି କ୍ରମରେ ଏବେ ରାଜ୍ୟର ତ୍ରିଚି ଇଷ୍ଟ ସମେତ ମୋଟ ଚାରୋଟି ସିଟ୍ରେ ଉପନିର୍ବାଚନ ହେବ। ବିଜୟଙ୍କ ଟିଭିକେକୁ ନିର୍ବାଚନରେ ୧୦୮ଟି ଆସନରେ ବିଜୟ ମିଳି ଥିଲା। ବିଜୟଙ୍କ ତ୍ରିଚି ଇଷ୍ଟ ଛାଡ଼ିବାରେ ବିଧାୟକଙ୍କ ସଂଖ୍ୟା ୧୦୭ ରହିଥିଲା। ଏଆଇଏଡିଏମକେର ଯେଉଁ ତିନି ଜଣ ବିଧାୟକ ଇସ୍ତଫା ଦେଇଛନ୍ତି , ସେମାନଙ୍କ ମଧ୍ୟରେ ମରଗଥମ କୁମାରାଭେଲ (ମଦୁରାନ୍ତକମ୍), ଏସ୍ ଜୟକୁମାର (ପେରୁଣ୍ଡୁରାଇ), ଏବଂ ପି ସତ୍ୟଭାମା (ଧରାପୁରାମ) ସାମିଲ ଅଛନ୍ତି।

