ଜାତୀୟତାଜା ଖବର

ପାହାଳରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା କରାଯାଇଛି । ଅନନ୍ତପୁର ପେଟ୍ରୋଲ ଟାଙ୍କି ସମ୍ମୁଖ କେନାଲ ବନ୍ଧ ପାଖରେ ପଡ଼ିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତଦେହ ନିକଟରେ ପଡ଼ିଛି ଏକ ବାଇକ୍ । ସକାଳୁ ସକାଳୁ ମୃତଦେହ ଦେଖି ପୋଲିସ୍‌କୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକ । କେହି ହତ୍ୟା କରି ପକାଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିଥିବା ସୂଚନା ଅନୁସାରେ ମୃତକ ଯୁବକ ହେଲେ ନିକଟ ଅନନ୍ତପୁର ଗାଁର, ଜଗା ବେହେରା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି । ପୁଅକୁ ବାଡ଼େଇ ବାଡ଼େଇ ମାରିଦେଇଥିବା ଅଭିଯୋଗ ଆଣିଲେ ମୃତ ଯୁବକଙ୍କ ମାଆ ।

Leave a Reply

Your email address will not be published. Required fields are marked *