ଜାତୀୟତାଜା ଖବର

ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ୍

କଲ୍ୟାଣସିଂହପୁର: ରାୟଗଡ଼ା କଲ୍ୟାଣସିଂହପୁର ଥାନା ସୁନାଖଣ୍ଡି ପଞ୍ଚାୟତ ଆଲଜିନଗୁଡ଼ା ଛକ ଶିବ ମନ୍ଦିର ସାହିରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଦେଖିବାକୁ ମିଳିଛି। ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ବୀରେନ୍ଦ୍ର ନାଗ ଓ ତାଙ୍କ ସ୍ତ୍ରୀ ସୁଜାତା ନାଗ ଘରେ ତାଲା ଦେଇ ବାହାରକୁ ଯାଇଥିବାବେଳେ ଆଜି ସକାଳ ୮ଟାରେ ପହଞ୍ଚି ଦେଖିଥିଲେ ଘରେ  ଚୋରି ହୋଇଛି। ଘର ପଛପଟ ପାଚେରୀ ଡେଇଁ ସିସି କ୍ୟାମେରାକୁ ଜୋତା ସାହାଯ୍ୟରେ ଅକାମୀ କରି କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଘର ଭିତରେ ଥିବା ଆଲମାରୀକୁ ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଗହଣା ସହ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ସୁନା ଚେନ୍, ଦୁଇଟି ମୁଦି, କାନ ଫୁଲ, ନଗଦ ୨ ଲକ୍ଷ ଟଙ୍କା ସହ ଏଲ୍ ସିଡି ଟିଭି ରହିଛି। ଏନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ପଡ଼ୋଶୀ ଦୁଇ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *