ବାଇକ-ଟ୍ରକ ଧକ୍କା: ଜଣେ ମୃତ
ନୂଆପଡ଼ା: ଜିଲ୍ଲା ସଦର ମହକୁମା ଜିଲ୍ଲା କୋର୍ଟ ସମ୍ମୁଖରେ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା େବଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ମଝାଗାଁର ସୁକଲ ମାଝୀ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଷ୍ଟେଟବ୍ୟାଙ୍କ ପାଖରେ ଥିବା ବୁଲାଣିରେ ବାଇକ୍ ଚାଳକ ଯାଉଥିବା େବଳେ ଅପରପଟୁ ଅାସୁଥିବା ଏକ ଟ୍ରକ ତାଙ୍କ ବାଇକକୁ ଧକ୍କା େଦଇଥିଲା। ଘଟଣାସ୍ଥଳରେ ହିଁ ସୁକଲଙ୍କ ମୃତ୍ୟୁ ଘଟିଥିଳା। ବାର୍ ଆସୋସିଏସନ୍ ଏହି ଦୁର୍ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ତୁରନ୍ତ ସାକ୍ଷାତ କରି ଉକ୍ତ ସ୍ଥାନରେ ଏକ ଟ୍ରାଫିକ ପୋଷ୍ଟ ସ୍ଥାପନ ପାଇଁ ଦାବି କରିଛନ୍ତି।

