ଶୁଭେନ୍ଦୁଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୩୫ ମନ୍ତ୍ରୀ ନେଲେ ଶପଥ
କୋଲାକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପୁରା ଆକ୍ସନ ମୁଡରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ। ବିଭିନ୍ନ ସମସ୍ୟା ସମାଧାନ ପାଇଁ ଆଗେଇ ଆସିଥିବାବେଳେ ଅନେକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି। ମୋଟ ୩୫ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଲୋକଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆର.ଏନ୍. ରବି ମନ୍ତ୍ରୀମାନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବରୁ ମେ’୯ରେ ଶୁଭେନ୍ଦୁଙ୍କ ସହିତ ଦିଲୀପ ଘୋଷ, ଅଗ୍ନିମିତ୍ର ପାଉଲ୍, ଅଶୋକ କୀର୍ତ୍ତନିଆ, ନିସିଥ୍ ପ୍ରାମାଣିକ୍ ଏବଂ କ୍ଷୁଦ୍ରରାମ ଟୁଡୁ ପ୍ରମୁଖ ୫ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏବେ ନୂଆ ୩୫ ଜଣ ମନ୍ତ୍ରୀଙ୍କ ସହ ଶୁଭେନ୍ଦୁଙ୍କୁ ମିଶାଇ ରାଜ୍ୟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। ନୂଆ ୩୫ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ ୩ ଜଣ ରାଷ୍ଟ୍ରପାହ୍ୟା (ସ୍ବାଧୀନ ଦାୟିତ୍ବ) ମନ୍ତ୍ରୀ ଏବଂ ୧୯ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଦୀପକ ବର୍ମନ,ତାପସ ରାୟ,ଡାକ୍ତର ଶଙ୍କର ଘୋଷ,ମନୋଜ କୁମାର ଓରାଓଁ,ଅର୍ଜୁନ ସିଂହ,ଗୌରୀ ଶଙ୍କର ଘୋଷ,ସ୍ୱପନ ଦାସଗୁପ୍ତା, ଜଗନ୍ନାଥ ଚଟ୍ଟୋପାଧ୍ୟାୟ,କଲ୍ୟାଣ ଚକ୍ରବର୍ତ୍ତୀ,ଅଜୟ ପୋଦ୍ଦାର,ସାରଦୱତ ମୁଖାର୍ଜୀ,ଦୁଧ କୁମାର ମଣ୍ଡଳ,ଅନୁପ କୁମାର ଦାସ,ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ଡାକ୍ତର ଇନ୍ଦ୍ରନୀଲ ଖାନ,ମାଳତୀ ରାଓ ରାୟ,ରାଜେଶ ମହତୋ,ରାଷ୍ଟ୍ରମନ୍ତ୍ରୀ,ଜୋଏଲ୍ ମୁର୍ମୁ, ହରେ କୃଷ୍ଣ ବେରା, ଆନନ୍ଦମୟ ବର୍ମନ, ଅଶୋକ ଡିଣ୍ଡା, ନଦିଆର ଚନ୍ଦ ବାଉରୀ, ବିଶାଳ ଲାମା, ଶାନ୍ତନୁ ପ୍ରାମାଣିକ, ମୌମିତା ବିଶ୍ୱାସ ମିଶ୍ର,ଉମେଶ ରାୟ,ପୂର୍ଣ୍ଣିମା ଚକ୍ରବର୍ତ୍ତୀ,କୌଶିକ ଚୌଧୁରୀ,ଭାସ୍କର ଭଟ୍ଟାଚାର୍ଯ୍ୟ,ଦିବାକର ଘରାମି,ଅମିଆ କିସ୍କୁ,କଲିତା ମାଝୀ,ଗାର୍ଗୀ ଦାସ ଘୋଷ,ବିରାଜ ବିଶ୍ୱାସ,ଦୀପଙ୍କର ଜନା, ସୁମନା ସରକାର।

