ଜାତୀୟତାଜା ଖବର

ସୌମ୍ୟ ହତ୍ୟା ମାମଲା ଏନ୍ଏଚ୍ଆର୍ସିଙ୍କ କ୍ୟାମ୍ପ କୋର୍ଟରେ ବାନ୍ଧବୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଜାତୀୟ ମାନବିକ ଅଧିକାର ଆୟୋଗ ତନାଘନା ଚଳାଇଛନ୍ତି ।ଚତୁର୍ଥ ଦିନରେ ମାରାଥନ ଜେରା କରାଯାଇଛି। ଆଜି ଏନ୍ଏଚ୍ଆର୍ କ୍ୟାମ୍ପ କୋର୍ଟରେ ହାଜର ହୋଇଛନ୍ତି ସୌମ୍ୟଙ୍କ ବାନ୍ଧବୀ । ସେ ହାଜର ହୋଇଥିବା ବେଳେ ତାଙ୍କୁ ଅଧିକାରୀମାନେ ପଚରାଉଚରା କରିଥିବା ଜଣାପଡ଼ିଛି । ସେହିଭଳି ବାଲିଅନ୍ତା ଥାନାର ମହିଳା ଏଏସଆଇ ମଧ୍ୟ ହାଜର ହୋଇଛନ୍ତି । ୨ ଅଭିଯୋଗକାରୀ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ। ସେହିପରି NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଛନ୍ତି କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀ । ସୌମ୍ୟ ହତ୍ୟା ମାମଲାର ତଦନ୍ତ କରୁଛନ୍ତି ରତ୍ନପ୍ରଭା ଶତପଥୀ। ଏଥିସହିତ ଜୋନ୍-୪ ଏସିପି ଅଭିମନ୍ୟୁ ନାୟକ ହାଜର ହୋଇଥିବା ବେଳେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ସେହିପରି ସୌମ୍ୟଙ୍କ ମୃତଦେହ ପୋଷ୍ଟମର୍ଟମ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମଧ୍ୟପଚରାଉଚରା ହୋଇଛି । ତେବେ ଖୁବଶୀଘ୍ର ଏନ୍ଏଚ୍ଆର୍ସି କ୍ୟାମ୍ପ କୋର୍ଟରେ ହାଜର ହୋଇପାରନ୍ତି ADG ଦୟାଲ ଗଙ୍ଗୱାର । ସେ ସୌମ୍ୟଙ୍କୁ ବ୍ୟକ୍ତିଗତ କାମରେ ନିୟୋଜିତ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ADGଙ୍କ କ୍ୱାର୍ଟର୍ସରେ କାର୍ଯ୍ୟରତ ସମସ୍ତ ପୁଲିସ କର୍ମଚାରୀଙ୍କୁ ଏନ୍ଏଚ୍ଆର୍ ଟିମ୍ ପଚରାଉଚରା କରି ସାରିଛନ୍ତି। ଏଥିସହିତ ADGଙ୍କ ଡ୍ରାଇଭର ଓ ପିଏସଓଙ୍କୁ ପଚରାଉଚରା କରିସାରିଛି ଏନ୍ଏଚ୍ଆର୍ ଟିମ୍। ଆଜି ମଧ୍ୟ ପୁଲିସ କମିଶନର ଦେବଦତ୍ତ ସିଂହ ଓ ଭୁବନେଶ୍ବର ଡିସିପି ଜଗମୋହନ ମୀନା NHRCରେ ହାଜର ହେବା ନେଇ ସୂଚନା ମିଳିଛି । ଗତକାଲି ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ରାଉତ, ୨ ଅଭିଯୋଗକାରୀ ଯୁବତୀ, କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଏଲ.ଡି ବିହେରାଙ୍କ ସହ ୩ ଡାକ୍ତର, ମିନି ଟ୍ରକ ଚାଳକ ସଫିଉଲ୍ଲା ଖାଁ, ଅଡ଼ଶପୁର CHCର ଆମ୍ବୁଲାନ୍ସ ଡ୍ରାଇଭର ସୁଜ୍ଞାନ ମଲ୍ଲିକ, ପୂର୍ବତନ ବାଲିଅନ୍ତା ଥାନା ଅଧିକାରୀ ଅନୀଲ ପରିଡା ଏବଂ ଜଣେ କନେଷ୍ଟବଲ ହାଜର ହୋଇଥିଲେ ।

Leave a Reply

Your email address will not be published. Required fields are marked *