ଜାତୀୟତାଜା ଖବରରାଜ୍ୟ

୪ ବିଜେପି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ବଦଳିଲେ

ନୂଆଦିଲ୍ଲୀ, ୨୮|୫: ଭାରତୀୟ ଜନତା ପାର୍ଟି ୪ ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି। ପାର୍ଟି ତରଫରୁ ପଞ୍ଜାବ, ହରିଆଣା ସହ ଦିଲ୍ଲୀ  ଓ ତ୍ରିପୁରାରେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି। ଏହି କ୍ରମରେ ଦଳ ଦିଲ୍ଲୀର ଦାୟିତ୍ୱ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦାୟିତ୍ୱ ଦେଇଛି। ଏହା ପୂର୍ବରୁ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଥିଲେ ବୀରେନ୍ଦ୍ର ସଚଦେବା। ସେହିଭଳି ପଞ୍ଜାବରେ କେବଲ ସିଂ ଡିଲ୍ଲୋଙ୍କୁ ଦଳ ଦାୟିତ୍ୱ ଦେଇଛି। ପଞ୍ଜାବ ନିର୍ବାଚନକୁ ଗୋଟିଏ ବର୍ଷ ବାକି ଥିବାବେଳେ ଦଳ କେବଲ ସିଂଙ୍କ ଉପରେ ଭରସା କରିଛି। ସେହିଭଳି ତ୍ରିପୁରା ପାଇଁ ଅଭିଷେକ ଦେବରାୟଙ୍କୁ ଦଳ ଅଧ୍ୟକ୍ଷ ପଦ ପାଇଁ ଚୟନ କରିଥିବା ବେଳେ ହରିଆଣା ପାଇଁ ଅର୍ଚ୍ଚନା ଗୁପ୍ତାଙ୍କୁ ଦାୟିତ୍ୱ ମିଳିଛି।

Leave a Reply

Your email address will not be published. Required fields are marked *