ଜାତୀୟତାଜା ଖବର

ଟ୍ରେଲର ଧକ୍କାରେ ଦୁଇ ଡ୍ରାଇଭର ଜୀବନ୍ତ ଜଳି ମୃତ୍ୟୁ

ସୁନ୍ଦରଗଡ଼: ଗାଡ଼ି ଭତରେ ଜୀଅନ୍ତା ଜଳିଗଲେ ୨ ଡ୍ରାଇଭର।  ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗବାର ସକାଳୁ କଇଁତରା ବିଜୁ ଏକ୍ସପ୍ରେସ୍‌ୱେରେ ଡିଭାଇଡର ଭାଙ୍ଗି ଦୁଇଟି ୧୮ ଚକିଆ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ଟ୍ରେଲର ମଧ୍ୟରେ ଧକ୍କା ହେବା ପରେ ହଠାତ ଉଭୟ ଗାଡିରେ ନିଆ ଲାଗି ଯାଇଥିଲା। ନିଆ ଏତେ ଭୟଙ୍କର ଥିଲା ଯେ ନିମିଷକ ମଧ୍ୟରେ ୨ ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ। ଯାହାରେ ଦୁଇ ଡ୍ରାଇଭର ଜୀବନ୍ତ ଜଳି ଯାଇଥିବା ଦୁଃଖଦ ଖବର ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ,  କଇଁତରା ବିଜୁ ଏକ୍ସପ୍ରେସ୍‌ୱେରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଟ୍ରେଲର ସହ ଭୟଙ୍କର ଧକ୍କା ଲାଗିଥିଲା । ସୁନ୍ଦରଗଡ଼ ପଟୁ ଗୋଟିଏ ଟ୍ରେଲର ଯାଉଥିବାବେଳେ ଝାରସୁଗୁଡ଼ା ପଟୁ ଆଉ ଏକ ଟ୍ରଲ ର ଆସୁଥିଲା। ସୁନ୍ଦରଗଡ଼ ପଟୁ ଯାଉଥିବା ଟ୍ରେଲର ଡିଭାଇଡରକୁ ପିଟି ବିପରୀତ ଦିଗରୁ ଆସୁଥିବା ଟ୍ରେଲରକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ ଦୁଇଟି ଗାଡ଼ିରେ ତୁରନ୍ତ ଆଗ୍ନିକାଣ୍ଡ ଘଟିଯାଇଥିଲା। ଘଟଣାସ୍ଥଳରେ ଦୁଇ ଡ୍ରାଇଭର ଗାଡ଼ି ଭିତରେ ଫସି ଯାଇଥିବାରୁ ସେମାନେ ବାହାରି ପାରିନଥିଲେ ଏବଂ ଜୀବନ୍ତ ଜଳି ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣା କଇଁତରା ବିଜୁ ଏକ୍ସପ୍ରେସୱେ ଉପରେ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଶୋକର ଛାୟା ପଡ଼ିଛି। ଅଗ୍ନିଶମ ବିଭାଗ ପହଞ୍ଚିବା ବେଳେ ଦୁଇଟି ଗାଡ଼ିର ଉଭୟ ଡ୍ରାଇଭର ସମ୍ପୂର୍ଣ୍ଣ ରୂପେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *