ଜାତୀୟତାଜା ଖବର

ଘରୁ ଡାକି ନେଇ ମଦ ପିଆଇ ହତ୍ୟା ଅଭିଯୋଗ

ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଘରୁ ଡାକି ନେଇ ମଦ ପିଆଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବେଣ୍ଟପୁର ହରିଜନ ସାହିର ଚଇଲ ଗୋଛାୟତ। ତାଙ୍କୁ ଯୋଜନାବଦ୍ଧ ଭାବେ ଅତ୍ୟଧିକ ମଦ୍ୟପାନ କରାଇ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତକଙ୍କ ପୁଅ ଚନ୍ଦନ ଗୋଛାୟତ ବ୍ରହ୍ମଗିରି ଥାନାରେ ଏନେଇ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗ ଅନୁସାରେ, ସୋମବାର ରାତିରେ ଦୁଇ ଜଣ ବ୍ୟକ୍ତି ଚଇଲ ଗୋଛାୟତଙ୍କୁ ଘରୁ ଡାକି ନେଇଥିଲେ । ପରେ ତାଙ୍କୁ ଅତ୍ୟଧିକ ମଦ୍ୟପାନ କରାଯାଇଥିଲା । ବିଳମ୍ବିତ ରାତିରେ ଦୁଇ ଜଣ ବ୍ୟକ୍ତି ଚଇଲ ଗୋଛାୟତଙ୍କୁ ଘର ପାଖରେ ଆଣି ଛାଡ଼ି ଦେଇ ପଳାଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ। ପରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ପରିବାର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଘଟଣାର ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ, ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ୍ ସବୁ ଦିଗରୁ ତଦନ୍ତ କରୁଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *