ଜାତୀୟତାଜା ଖବର

ମହଙ୍ଗା ମାଡ: ପୁଣି ବଢିଲା ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ, ୨୫|୫ :  ପୁଣି ବଢ଼ିଲା ପୋଟ୍ରୋଲ ଓ ଡିଜେଲ ଦର। ବଡ ଝଟକା ସହ ମହଙ୍ଗା ମାଡ ନେଇ ଗ୍ରାହକଙ୍କ ଚିନ୍ତା ବଢିଲା । ତୈଳ କମ୍ପାନୀଗୁଡ଼ିକ ମଧ୍ୟରାତ୍ରିରେ ପେଟ୍ରୋଲ ପମ୍ପଗୁଡ଼ିକୁ ଇମେଲ୍ କରି ଜଣାଇଲେ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି କରାଯାଇଛି, ଏବଂ ନୂତନ ଦର ମେ ୨୫ ସକାଳ ୬ ଟାରୁ ଲାଗୁ ହୋଇଛି। ପେଟ୍ରୋଲର ମୂଲ୍ୟ ୨.୬୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ୨.୭୧ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୯.୧୬ ଓ ଡିଜେଲ ମୂଲ୍ୟ ୧୦୦.୮୧ ପଇସା। ୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବଢିଲା ଦାମ୍। ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୧୦୨.୧୨ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୨୦ ଟଙ୍କାରେ ଉପଲବ୍ଧ ହେବ। ଆଜିଠାରୁ କଲକାତାରେ ପେଟ୍ରୋଲର ମୂଲ୍ୟ ୧୧୩.୫୧ ଟଙ୍କା, ମୁମ୍ବାଇରେ ୧୧୧.୨୧ ଟଙ୍କା ଏବଂ ଚେନ୍ନାଇରେ ୧୦୭.୭୭ ଟଙ୍କା ହୋଇଛି। ଆଜିଠାରୁ କଲକାତାରେ ଡିଜେଲର ମୂଲ୍ୟ ୯୯.୮୨ ଟଙ୍କା, ଚେନ୍ନାଇରେ ୯୯.୯୫ ଟଙ୍କା ଏବଂ ମୁମ୍ବାଇରେ ୯୭.୮୩ ଟଙ୍କା ହୋଇଛି। ଦୁଇ ଦିନ ପୂର୍ବରୁ ଶନିବାର, ମେ ୨୩ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଥିଲା। ସେହି ଦିନ ପେଟ୍ରୋଲ ଦର ୯୧ ପଇସା ବୃଦ୍ଧି ପାଇ ଲିଟର ପିଛା ୯୮.୬୪ ରୁ ୯୯.୫୧ ଟଙ୍କାରେ ପହଞ୍ଚିଥିଲା। ଡିଜେଲ ଦର ମଧ୍ୟ ୮୬ ପଇସା ବୃଦ୍ଧି ପାଇ ଲିଟର ପିଛା ୯୧.୫୮ ରୁ ୯୨.୪୯ ଟଙ୍କାରେ ପହଞ୍ଚିଥିଲା। ପୂର୍ବରୁ ମେ ୧୯ରେ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି କରାଯାଇଥିଲା। ସେହି ଦିନ, ୮୭ ପଇସା ବୃଦ୍ଧି ପରେ, ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୭.୭୭ ଟଙ୍କା ପରିବର୍ତ୍ତେ ୯୮.୬୪ ଟଙ୍କା ହୋଇଗଲା। ଡିଜେଲ ୯୧ ପଇସା ମହଙ୍ଗା ହେବା ପରେ, ୯୦.୬୭ ଟଙ୍କା ପରିବର୍ତ୍ତେ ୯୧.୫୮ ଟଙ୍କାରେ ଉପଲବ୍ଧ ହେଉଥିଲା। ମେ ୧୯ ତାରିଖ ପୂର୍ବରୁ ପ୍ରଥମେ ମେ ୧୫ ତାରିଖରେ ଦର ବୃଦ୍ଧି କରାଯାଇଥିଲା, ଯାହା ଏପ୍ରିଲ ୨୦୨୨ ପରେ ପ୍ରଥମ ଥର ପାଇଁ। ସେହି ଦିନ ପେଟ୍ରୋଲ ଦର ୩.୧୪ ଟଙ୍କା ବୃଦ୍ଧି ପାଇ ୯୪.୬୭ ଟଙ୍କାରୁ ୯୭.୭୭ ଟଙ୍କା ହୋଇଥିଲା।

Leave a Reply

Your email address will not be published. Required fields are marked *