ଆନ୍ତର୍ଜାତୀୟଜାତୀୟତାଜା ଖବର

ମୋଦୀଙ୍କୁ ପ୍ରଶଂସାରେ ପୋତିଲେ ଟ୍ରମ୍ପ “ମୁଁ ତାଙ୍କର ବଡ଼ ପ୍ରଶଂସକ”

ନୂଆଦିଲ୍ଲୀ, ୨୫|୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁରୀ ଭୁରୀ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଟ୍ରମ୍ପ ନିଜକୁ ତାଙ୍କର ‘ବଡ଼ ପ୍ରଶଂସକ’ ବୋଲି କହିଥିଲେ। ସେ ଏହା ମଧ୍ୟ କହିଥିଲେ, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଏ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି। ରବିବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିବା ବେଳେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନଲାଇନ୍ ଭିଡିଓ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଟ୍ରମ୍ପଙ୍କ ଭିଡିଓ କଲ୍ ଶୁଣାଇଥିଲେ । କଲ୍ ସମୟରେ ଟ୍ରମ୍ପ କହିଥିଲେ, ମୁଁ ସମସ୍ତଙ୍କୁ ନମସ୍କାର କରିବାକୁ ଚାହୁଁଛି ।’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଏ। ମୋଦି ମୋର ଜଣେ ବନ୍ଧୁ । ଟ୍ରମ୍ପ ଆହୁରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ। ଏହି କଲ୍ ସମୟରେ ଟ୍ରମ୍ପ୍ ଭାରତୀୟମାନଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଆମେ ପୂର୍ବ ଅପେକ୍ଷା ଭାରତର ନିକଟତର । ଭାରତ ମୋ ଉପରେ ଏବଂ ଆମ ଦେଶ ଉପରେ ୧୦୦ ପ୍ରତିଶତ ବିଶ୍ୱାସ କରିପାରିବ । ଯଦି ସେମାନଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ, ନିଶ୍ଚୟ ମିଳିବ ବୋଲି ଟ୍ରମ୍ପ କହିଛନ୍ତି ।

 

Leave a Reply

Your email address will not be published. Required fields are marked *