ବରିଷ୍ଠ କ୍ରୀଡ଼ା ପ୍ରଶାସକ ରଣଧୀର ସିଂହଙ୍କ ପରଲୋକ
ନୂଆଦିଲ୍ଲୀ, ୨୯|୫ : ବନ୍ଧୁକ ଚାଳନାରେ ଭାରତର ପ୍ରଥମ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ତଥା ବରିଷ୍ଠ ଖେଳ ପ୍ରଶାସକ ରଣଧୀର ସିଂହଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ସେ ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ଦିଂବଂଗତ ଶ୍ରୀ ସିଂହ ଗତ କିଛିଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ନିଜ ବାସଭବନରେ ବୁଧବାର ଶେଷନିଶ୍ବାସ ତ୍ୟାଗ କରିଥିଲେ । ଭାରତର କ୍ରୀଡ଼ା ଓ କ୍ରୀଡ଼ା ପ୍ରଶାସନ ଜଗତରେ ସେ ବେଶ୍ ଜଣାଶୁଣା ଥିଲେ । ସେ ୨୦୨୪ରେ ଏସୀୟ ଅଲିମ୍ପିକ୍ସ ପରିଷଦର ସଭାପତି ନିର୍ବାଚିତ ହୋଇଥିଲେ । ତେବେ ଅସୁସ୍ଥତା କାରଣରୁ ସେ ନିକଟରେ ଏହି ପଦରୁ ଇସ୍ତଫା ଦେଇଥିଲେ। ସେ ଥିଲେ ଦେଶର ପ୍ରଥମ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା। ୧୯୭୮ ବ୍ୟାଙ୍କକ୍ ଏସୀୟ କ୍ରୀଡ଼ା ସୁଟିଂରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିଲେ । ନିଜର ଲମ୍ବା ବନ୍ଧୁକଚାଳନା କ୍ୟାରିୟରରେ ପାଞ୍ଚଥର ଭାରତର ପ୍ରତିନିଧିତ୍ବ କରିଥିଲେ। ସେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଟିଆଲା ରାଜା କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସାନଭାଇ ।

