ଜାତୀୟତାଜା ଖବର

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ

ବଣାଇଁ: ବଣାଇଁ ଉପଖଣ୍ଡ କେନାଭେଟା ପଂଚାୟତ ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ୩୮ଜଣ ଯାତ୍ରୀ ନେଇ ନେପାଳରୁ ପର୍ଜଂ  ଫେରୁଥିବା ସମୟରେ କେନାଭେଟା ଗ୍ରାମରେ ଯାତ୍ରୀବାହୀ ବସକୁ ଏକ ହାଇୱା ଗାଡ଼ି ଧକ୍କା ଦେଇଥିଲା। ଏଥିରେ ୩ ଜଣ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବାବା ଚନ୍ଦ୍ର ଶେଖର ନାମକ ବସ୍ ପର୍ଜଂ ଅଂଚଳରୁ ୩୮ ଜଣ ବ୍ୟକ୍ତିଙ୍କୁ ନେଇ ନେପାଳ ଯାଇଥିଲା। ଫେରିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା। ଏଥିରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ବଣାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଚାଳକକୁ ବଣାଇଁ ଥାନାକୁ ତଦନ୍ତ ପାଇଁ ନେଇଥିବା ଜଣାପଡିଛି। ଦୁର୍ଘଟଣା ସ୍ଥାନରେ ଆଖପାଖ ଲୋକମାନେ ପହଞ୍ଚି ସାହାଯ୍ୟ କରିଥିଲେ। ଏ ଅଂଚଳରେ ବାରମ୍ବାର ଏପରି ଛୋଟବଡ଼ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନି ହେଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *