ତାଜା ଖବର

ଜାତୀୟତାଜା ଖବର

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ

ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ କଲେଜିୟମ ସମ୍ପ୍ରତି ରାଷ୍ଟ୍ରପତିଙ୍କୁ ପାଞ୍ଚ ଜଣଙ୍କ ନାମ ସୁପାରିଶ କରିଛନ୍ତି। ଏଥିରେ ଚାରୋଟି ଭିନ୍ନ ଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଅନ୍ତର୍ଭୁକ୍ତ ଅଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ଶୁଭେନ୍ଦୁଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୩୫ ମନ୍ତ୍ରୀ ନେଲେ ଶପଥ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପୁରା ଆକ୍ସନ ମୁଡରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ। ବିଭିନ୍ନ ସମସ୍ୟା ସମାଧାନ ପାଇଁ ଆଗେଇ ଆସିଥିବାବେଳେ ଅନେକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି। ମୋଟ ୩୫ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।

Read More
ଜାତୀୟତାଜା ଖବର

୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ୪୨ ଟଙ୍କା ବୃଦ୍ଧି

ପୁଣି ବୃଦ୍ଧି ପାଇଛି ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଦେଶରେ ପୁଣି ଥରେ ବାଣିଜ୍ୟିକ ଏଲ୍‌ପିଜି ଓ ୫ କେଜିଆ ସିଲିଣ୍ଡର ଦାମ୍‌ ବଢ଼ିଛି। ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ଦାମ୍‌ ୪୨ ଟଙ୍କା ବୃଦ୍ଧି ପାଇଛି।

Read More
ଜାତୀୟତାଜା ଖବର

ଦିଲ୍ଲୀ ଶାଲିମାର ବାଗ୍‌ରେ ଜବର ଦଖଲ ଉଚ୍ଛେଦ, ୧୫୦ ଘର ଭାଙ୍ଗିଲା

ବେଆଇନ ଜବରଦଖଲ ନେଇ ଦିଲ୍ଲୀର ଶାଲିମାର ବାଗ୍ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଲଡୋଜର ଚଲାଯାଇଛି। ୧୫୦ ବେଆଇନ ଘର ଭାଙ୍ଗିବା ପାଇଁ ବୁଲଡୋଜର ବ୍ୟବହାର କରାଯାଇଛି। ବାସିନ୍ଦାମାନଙ୍କୁ ସେମାନଙ୍କ ଘର ଖାଲି କରିବା ପାଇଁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।

Read More
ଖେଳଜାତୀୟତାଜା ଖବର

ଗୋଲ୍ଡ ମେଡାଲିଷ୍ଟ ଖେଳାଳିଙ୍କୁ ଗୁଳି କରି ହତ୍ୟା

ପ୍ରତିଶୋଧ ନିଆଁରେ ଅନ୍ଧ। ସାଙ୍ଗର ଜୀବନ ନେଲା ସାଙ୍ଗ। ହେଲେ ସେ ଜଣେ ସାଧାରଣ ସାଙ୍ଗ ନୁହେଁ , ସେ ଗୋଲ୍ଡ ମେଡାଲିଷ୍ଟ ଖେଳାଳି। ନିକଟରେ ରାଷ୍ଟ୍ରୀୟ ପାରା ଆଥଲେଟିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଚିରାଗ ତ୍ୟାଗୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନିଜ ସାଙ୍ଗ।

Read More
ଜାତୀୟତାଜା ଖବର

ଦୁଇ ବର୍ଷର ଉପଲବ୍ଧି ନେଇ ରିପୋର୍ଟ କାର୍ଡ ମାଗିଲେ ମୋଦି

ରାଜ୍ୟରେ ବିଜେପି ସରକାରକୁ ଦୁଇ ବର୍ଷ ପୁରିବାକୁ ଯାଉଛି। ଏହି ଦୁଇ ବର୍ଷରେ ସରକାର କି କି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏବଂ କେତେ ସଫଳ ହୋଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Read More
ଜାତୀୟତାଜା ଖବର

ମହାନଦୀ ଜଳ ବିବାଦ: ୧୫ ପ୍ରସଙ୍ଗ ମଧ୍ୟରୁ ୧୨ରେ ସହମତି ଜୁନ୍ ୬ରେ ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦର ସମାଧାନ ନେଇ ବାଟ ଫିଟୁଛି।ଏହି ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ସହମତି ବୃଦ୍ଧି ପାଇବାରେ ଲାଗିଛି । ଦୁଇ ରାଜ୍ୟ ମହାନଦୀ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରିଥିବା ୧୫ଟି ପ୍ରସଙ୍ଗ ମଧ୍ୟରୁ ୧୨ଟିରେ ମତଭେଦ ଦୂର କରିପାରିଛନ୍ତି ।

Read More
ଜାତୀୟତାଜା ଖବର

ଏନଏସ୍ ରାଜା ସୁଭ୍ରମଣିଙ୍କୁ ନୂଆ ସିଡିଏ ଦାୟିତ୍ବ

ଜେନେରାଲ ଏନଏସ ରାଜା ସୁବ୍ରମଣି ଦେଶର ନୂଆ ପ୍ରତିରକ୍ଷା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇଛନ୍ତି ଏନଏସ୍ ରାଜା ସୁଭ୍ରମଣି । ତିନି ସଶନ୍ତ୍ର ବାହିନୀ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ପ୍ରଥମ ସିଡିଏସ ବିପିନ ରାୱତ, ଦ୍ୱିତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ ଅନୀଲ ଚୌହାନଙ୍କ ପରେ ଦେଶର ତୃତୀୟ ସିଡିଏସ ହୋଇଛନ୍ତି ରାଜା ସୁବ୍ରମଣି ।

Read More
ଆନ୍ତର୍ଜାତୀୟତାଜା ଖବର

ଆମେରିକାର ଡ୍ରୋନ ଖସାଇଲା ଇରାନ!

ଦିନକୁ ଦିନ ଭୟାବହ ରୂପ ନେଉଛି ଇରାନ-ଆମେରିକା ଯୁଦ୍ଧ ପରିସ୍ଥିତି। ଧୀରେ ଧୀରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆଇଆର୍‌ଜିସି ଇରାନ ବାୟୁମଣ୍ଡଳରେ ଏକ ଆମେରିକୀୟ ଏମ୍‌କ୍ୟୁ-୧ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି।

Read More
ଜାତୀୟତାଜା ଖବର

ରାଜଧାନୀରେ ପୁଣି ବୁଲିଲା ବୁଲ୍‌ଡୋଜର୍ କାର୍ଗିଲ ବସ୍ତିରୁ ଅବୈଧ ନିର୍ମାଣ ଉଚ୍ଛେଦ

ରାଜଧାନୀ ଭୁବନେଶ୍ୱରରେ ପୁଣି ଚାଲିଲା ବୁଲ୍‌ଡୋଜର୍। ମାଟିରେ ମିଶିଲା କାର୍ଗିଲ ବସ୍ତିର ଅବୈଧ ନିର୍ମାଣ। ପଳାସପଲ୍ଲୀରୁ ପୋଖରୀପୁଟ ସଂଯୋଗ କରୁଥିବା ୭୦ ଫୁଟିଆ ୪-ଲେନ୍ ରାସ୍ତା ନିର୍ମାଣ ପାଇଁ ଆଜି ପ୍ରଶାସନ ତରଫରୁ ନିଆଯାଇଛି ଏକ ବଡ଼ ଆକ୍ସନ।

Read More