ତାଜା ଖବର

ତାଜା ଖବର

ଚିରନିଦ୍ରାରେ ଗାୟିକା ସୁମନ କଲ୍ୟାଣପୁର

ଭାରତର ପ୍ରଖ୍ୟାତ ଏବଂ କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ଦେହାନ୍ତ ହୋଇଯାଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ସାରା ଦେଶର ସଙ୍ଗୀତ ଶିଳ୍ପରେ ଶୋକର ଛାୟା ଖେଳିଯାଇଛି।

Read More
ଜାତୀୟତାଜା ଖବର

୨ ଟିଏମସି ବିଧାୟକ ନିଲମ୍ବିତ

ପଶ୍ଚିମବଙ୍ଗରେ ବଡ଼ ପରାଜୟ ପରେ ମଧ୍ୟ ଆକ୍ସନ ମୁଡରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଜାଲ୍ ଦସ୍ତଖତ ମାମଲାରେ ନେଇଛନ୍ତି କଡ଼ା ଆକ୍ସନ । ଏହି ମାମଲାରେ ସେ ଦୁଇଜଣ ଟିଏମସି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି । ରିତୋବ୍ରତ ବାନାର୍ଜୀ ଏବଂ ସନ୍ଦିପନ ଶାହାଙ୍କୁ ଟିଏମସିରୁ ସସପେଣ୍ଡ କରିଛନ୍ତି ମମତା ।

Read More
ଆନ୍ତର୍ଜାତୀୟତାଜା ଖବର

ଭାରତ-ଆମେରିକା ବାଣିଜ୍ୟ ଆଲୋଚନା

ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ‌ଜୁନ ୧ରୁ ୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବ। ଏଥିରେ ଅନ୍ତରୀଣ ବାଣିଜ୍ୟ ରାଜିନାମାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ଆମେରିକା ପକ୍ଷରୁ ଏହି ଆଲୋଚନାର ନେତୃତ୍ବ ବ୍ରେଣ୍ଡନ୍‌ ଲିଞ୍ଚ୍‌ ନେବାକୁ ଥିବାବେଳେ ଭାରତ ପକ୍ଷରୁ ବାଣିଜ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦର୍ପଣ ଜୈନ ନେବେ।

Read More
ଜାତୀୟତାଜା ଖବର

‘ଦେହବେପାରକୁ ଉଚ୍ଛେଦ କରିବା ଆମର ଲକ୍ଷ୍ୟ ନୁହେଁ’

୭୦ ବର୍ଷ ପୁରୁଣା ଅନୈତିକ ବ୍ୟାପାର ନିବାରଣ ଆଇନ (ଆଇଟିପିଏ) ଉପରେ ବିସ୍ତୃତ ବିଚାର-ବିମର୍ଶ ପରେ, ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ, ଏହି ଆଇନର ପ୍ରାଥମିକ ଉଦ୍ଦେଶ୍ୟ ଦେହବେପାରକୁ ଉଚ୍ଛେଦ କରିବା କିମ୍ବା ଏହାକୁ ଅପରାଧୀକରଣ କରିବା ନୁହେଁ, ବରଂ ଏହାର ବ୍ୟବସାୟିକରଣକୁ ରୋକିବା ଅବା ଦୂର କରିବା।

Read More
ଜାତୀୟତାଜା ଖବର

ଥାନାରେ ଥାର୍ଡ ଡିଗ୍ରୀ ! ପୁଲିସ ମାଡ଼ରେ ଦିବ୍ୟାଙ୍ଗ ଯୁବକ ମୃତ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ପୁଲିସର ନିର୍ଘାତ ମାଡ଼ରେ ଜଣେ ଦିଵ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସୁବଳୟା ଗ୍ରାମର ସୁଶାନ୍ତ ସାହୁ (୩୨)। ଘଟଣାକୁ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଗୁରୁତ୍ଵର ସହ ନେଇ ତଦନ୍ତ ପାଇଁ ଗଞ୍ଜାମ

Read More
ତାଜା ଖବର

ଜୟପୁରରେ ନିଶା ସାମ୍ରାଜ୍ୟକୁ ଝଟକା: ୫ ଗିରଫ କାର, ମୋବାଇଲ ଓ ନଗଦ ଟଙ୍କା ଜବତ

ବାହାର ଅଞ୍ଚଳରୁ ନିଶା ଇଞ୍ଜେକ୍ସନ ଆଣି ଜୟପୁର ସହର ଓ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। ବିଶେଷ କରି ଯୁବବର୍ଗ ଓ କଲେଜ ପିଲାଙ୍କୁ ଟାର୍ଗେଟ କରି ସେମାନଙ୍କୁ ଏହି ନିଶା ଇଞ୍ଜେକସନ ବିକ୍ରି କରୁଥିଲେ। ଏଥିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଅଭିଯୁକ୍ତମାନେ ଅୟସ କରୁଥିଲେ।

Read More
ତାଜା ଖବର

ମାରଣାସ୍ତ୍ର ରଖିବା ଅଭିଯୋଗରେ ଯୁବକ ଗିରଫ ଦେଶୀ ପିସ୍ତଲ ଓ ଗୁଳି ଜବତ

ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ସମ୍ବଲପୁର ଅନଗୁଲିଆପଡ଼ାର ନରେନ୍ଦ୍ର ନାୟକ (୨୬)। ତା ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଏବଂ ଏକ ମୋବାଇଲ୍ ଫୋନ୍ ଜବତ ହୋଇଛି।

Read More
ଜାତୀୟତାଜା ଖବରରାଜ୍ୟ

ରାଜ୍ୟସଭା ନିର୍ବାଚନ ଉପରେ ବିଜୟଙ୍କ ନଜର

ତାମିଲନାଡୁର ଗୋଟିଏ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ। ଶାସକ ଟିଭିକେ ପ୍ରଥମ ଆସନ ଜିତିବେ ବୋଲି ଆଶା କରାଯାଉଛି। ମେଲମ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୟ ପରେ ଏଆଇଏଡିଏମକେ ନେତା ସିଭି ଶନମୁଗମ ମେ ୭ ତାରିଖରେ ତାଙ୍କ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ, ଯାହା ଫଳରେ ଆସନଟି ଖାଲି ପଡ଼ିଥିଲା।

Read More
ଆନ୍ତର୍ଜାତୀୟତାଜା ଖବର

ଇସ୍ତଫା ଖବରକୁ ଇରାନ ରାଷ୍ଟ୍ରପତିଙ୍କ ଅସ୍ୱୀକାର

ଇରାନରେ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ଇସ୍ତଫା ଖବର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। କିନ୍ତୁ ଏବେ ରାଷ୍ଟ୍ରପତି ନିଜେ ନୀରବତା ଭଙ୍ଗ କରି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅଲ୍ ଆରବିଆ ରିପୋର୍ଟ ଅନୁଯାୟୀ, ପେଜେସ୍କିଆନ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ତାଙ୍କ ପଦବୀ ଛାଡୁନାହାଁନ୍ତି ଏବଂ ତାଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ରାୟଗଡ଼ା ରେଳ ମଣ୍ଡଳ କାର୍ଯ୍ୟକ୍ଷମ ପାଇଁ ରୂପରେଖ ଉପକୃତ ହେବେ ୬ ଜିଲ୍ଲାବାସୀ

ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସଂପ୍ରସାରଣ ହେବ ରେଳ ପଥ। ରାୟଗଡ଼ା ରେଳ ମଣ୍ଡଳ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ରେଳପଥ ପକ୍ଷରୁ ରୂପରେଖ ପ୍ରସ୍ତୁତ ‌ହୋଇଛି। ଏହି ନୂତନ ଡିଭିଜନ୍‌ ଅଧୀନରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, କନ୍ଧମାଳ ଜିଲ୍ଲା ରହିବ।

Read More