Uncategorized

ଇବୋଲା ସଂକ୍ରମଣ: ଭାରତ ଜାରି କଲା ଯାତ୍ରା ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ, ୨୪|୫ : ଇବୋଲା ସଂକ୍ରମଣ ନେଇ ଭାରତ ଜାରି କଲା ଯାତ୍ରା ନିର୍ଦ୍ଦେଶାବଳୀ। କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ (ଡିଆର୍‌ସି) ଏବଂ ଉଗାଣ୍ଡାରେ ଇବୋଲା ଭାଇରସର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। କଙ୍ଗୋ ଏବଂ ଉଗାଣ୍ଡାରେ ପରିସ୍ଥିତି ସଙ୍କଟଜନକ ହୋଇପଡ଼ିଛି ।  ଏହି ସମୟରେ, ଭାରତ ମଧ୍ୟ ଏକ ସତର୍କ ସୂଚନା ଜାରି କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରବିବାର ଭାରତୀୟ ନାଗରିକମାନଙ୍କୁ ଇବୋଲା ପ୍ରଭାବିତ ଦେଶ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅନାବଶ୍ୟକ ଯାତ୍ରା ଏଡାଇବା ପାଇଁ ଏକ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ୧୭ ମେ’ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ପରିସ୍ଥିତିକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମ ୨୦୦୫ ଅନୁଯାୟୀ ଏକ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବରେ ସ୍ୱୀକୃତି ଦେଇଥିଲା  ।  ଏହା ପରେ, ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନାଗରିକମାନଙ୍କ ପାଇଁ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯଦିଓ ଭାରତରେ ଏପର୍ଯ୍ୟନ୍ତ ଏହି ଷ୍ଟ୍ରେନର କୌଣସି ମାମଲା ରିପୋର୍ଟ ହୋଇନାହିଁ , ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।

Leave a Reply

Your email address will not be published. Required fields are marked *