ଜାତୀୟତାଜା ଖବର

ଗ୍ୟାସ୍ ବିସ୍ଫୋରଣରେ ଉଡିଲା ୩ ମହଲା ଘର

ଚଣ୍ଡିଗଡ, ୨୫|୫ : ଚଣ୍ଡିଗଡ଼ର ବୁରୈଲ ଗାଁର ଏକ ଘରେ ୩ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି । ସିଲିଣ୍ଡର ବିସ୍ଫୋରଣ ଏତେ ମାତ୍ରାରେ ଥିଲା ଯେ ୩ ମହଲା ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଏଥିସହ ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଗୋଟିଏ ପରେ ଗୋଟିଏ ହୋଇ ଫାଟିଲା ୩ ଟି ସିଲିଣ୍ଡର । ଏହି ବିସ୍ଫୋରଣ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ପ୍ରଥମେ ଗୋଟିଏ ବିସ୍ଫୋରଣ ହୋଇଥିଲା ହେଲେ ଲୋକମାନେ କିଛି ବୁଝିବା ପୂର୍ବରୁ ପୁଣି ଦୁଇଟି ବିସ୍ଫୋରଣ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସିଆରପିଏଫର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁତ ଚେଷ୍ଟା ପରେ, ଭଗ୍ନାବଶେଷ ତଳେ ଫସି ରହିଥିବା ପୀଡିତମାନଙ୍କୁ ବାହାର କରାଯାଇଥିଲା ଏବଂ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ବହୁତ ଚେଷ୍ଟା ପରେ ନିଆଁ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *