ଜିଲ୍ଲା କାରାଗାରରେ ଜେଲ୍ ଡିଆଇଜିଙ୍କ ଚଢ଼ାଉ
ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ଜିଲ୍ଲା କାରାଗାରରେ ଗତକାଲି ବିଳମ୍ବିତ ରାତିରେ ଜେଲ୍ ଡିଆଇଜିଙ୍କ ନେତୃତ୍ବରେ ଚଢ଼ଉ ହୋଇଛି। ସମ୍ବଲପୁର ଜେଲର ବି ଏହି ଚଢ଼ଉରେ ସାମିଲ ଥିବା ସୂଚନା ମିଳିଛି। ତେବେ, ଚଢ଼ଉ ବେଳେ କଏଦୀଙ୍କ ଠାରୁ ମଦ ଓ ଗଞ୍ଜେଇ ମଧ୍ୟ ମିଳିଥିବା ସୂଚନା ମିଳିଛି। ଏପରିକି ବିସଲାରି ପାଣି ବୋତଲରେ ମଦ ରଖାଯାଇଥିବା ନେଇ ବି ସୂଚନା ମିଳିଛି। ହେଲେ ଏନେଇ କର୍ତ୍ତୃପକ୍ଷ କୌଣସି ସୂଚନା ଦେବାକୁ ମନା କରିଛନ୍ତି। ସେପଟେ ସପ୍ତାହେ ତଳେ ଜେଲରେ ଏସପିଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉ ବେଳେ ବିଡି, ସିଗାରେଟ, ଭାଙ୍ଗ ଆଦି ବହୁ ମାଦକ ଦ୍ରବ୍ୟ ଜବତ ହୋଇଥିଲା।

