ଜାତୀୟତାଜା ଖବର

ଭଣ୍ଡାରୀପୋଖରୀରେ ଭୟାବହ ଅଗ୍ନିକାଣ୍ଡ ନିଆଁ ଆଁରେ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

ଭଦ୍ରକ: ଭଦ୍ରକ ଭଣ୍ଡାରୀପୋଖରୀ ଥାନା ମଣିନାଥପୁରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଅଜୟ ମ୍ୟୁଜିକାଲ ଗୋଦାମ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା। ହୁତୁହୁତୁ ହୋଇ ଜଳିଗଲା ମ୍ୟୁଜିକାଲ ବ୍ୟାଣ୍ଡ ପାର୍ଟି ଗୋଦାମ। ଗତକାଲି ରାତିରେ ଅଜୟ ମ୍ୟୁଜିକାଲ ଗୋଦାମରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକ ଦମକଳକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର ତିନୋଟି ଦମକଳ ଗାଡ଼ି ପହଞ୍ଚି ଦୀର୍ଘ ୨ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *