ଜାତୀୟତାଜା ଖବର

ମୋଦୀଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ନୂଆ ଦିଗ ଦେଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରରେ ବିଜେପି ସରକାରକୁ ୧୨ ବର୍ଷ ପୂରଣ ହୋଇଥିବାବେଳେ ରାଜ୍ୟରେ ୨ ବର୍ଷ ପୂରଣ ହୋଇ ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ସାମ୍ବାଦିକ ସମ୍ମିଳନୀ ବା ମିଡିଆ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ମନ୍ତ୍ରୀ ମଣ୍ଡଳ ସଦସ୍ୟ ଓ ରାଜ୍ୟ ବିଜେପି ପଦାଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହାପରେ କାର୍ରଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ କେନ୍ଦ୍ର ସରକାରର ୧୨ ବର୍ଷର ସଫଳତା ବଖାଣିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଗତ ୨ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ବିକାଶମୂଳକ ଯୋଜନା ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରେ କେନ୍ଦ୍ରମନ୍ତ୍ରୀ ମେଘୱାଲ କହିଥିଲେ ଯେ,  ଅସମ୍ଭବକୁ ସମ୍ଭବ କରିଲେ ନରେନ୍ଦ୍ର ମୋଦୀ।

୨୦୧୪ରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ୧୨ ବର୍ଷ ଅତିକ୍ରମ କରିଛି । ୨୦୧୪ ମେ’ ୨୬ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୨୪ରେ ଆଜିର ଦିନରେ ୩ୟ ଥର ପାଇଁ ପିଏମ୍‌ ଭାବେ ଶପଥ ନେଇଥିଲେ। ଦିନେ ଯାହା ସେମାନେ ଅସମ୍ଭବ କହୁଥିଲେ, ମୋଦୀ ତାହା କରି ଦେଖାଇଲେ। ଏବେ ପୁରା ଦେଶରେ ଏକ ଭିନ୍ନ ବାତାବରଣ ରହିଛି। ଯେତେବେଳେ ବିଜେପି ସରକାରକୁ ଆସିଲା ସେତେବେଳେ ପୁରା ବିଶ୍ୱକୁ ଏକ ବାର୍ତ୍ତା ଯାଇଥିଲା ଯେ ଭାରତରେ ଲୋକତନ୍ତ୍ର ଅଛି। ଏହାପରେ ମୋଦୀ କ୍ଷମତାକୁ ଆସିବା ପରେ ଦେଶର ବିକାଶ ଦିଗରେ ଏକାଧିକ ପଦକ୍ଷେପ ନେଇ ଏହାକୁ ସଫଳ କରିଚାଲିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଏହି କାର୍ଯ୍ୟକ୍ରମ ଅବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ମୋଦୀଙ୍କ ସଂକଳ୍ପବଦ୍ଧ ନେତୃତ୍ବ ପାଇଁ ଦେଶ ଆଗକୁ ବଢ଼ି ଚାଲିଛି। ୨୦୩୦ ସୁଦ୍ଧା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୨୦୨୫ ସୁଦ୍ଧା ପୂରଣ ହୋଇଛି। ବିଶ୍ବରେ ଅସ୍ଥିରତା ଭିତରେ ମୋଦୀ ଦେଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ଏହି ଅବସରରେ ରାଜ୍ୟରେ ଡବଲ ଇଞ୍ଜିନ ସରକାରରୁ ମିଳିଥିବା ସଫଳତାର ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରେଳ ବଜେଟ୍‌ ପରିମାଣ ୧୦ ହଜାର ୯୨୮ କୋଟିରେ ପହଞ୍ଚିଛି। ରାଜ୍ୟର ୧୨ ଲକ୍ଷ ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆପଣାଯାଇଛି। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଆମ ରାଜ୍ୟ ସାରା ଦେଶରେ ପ୍ରଥମ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷ ୪୭ ହଜାର ଲକ୍ଷପତି ଦିଦି ସୃଷ୍ଟି କରିପାରିଛୁ। ସେମାନଙ୍କ ମଧ୍ୟରୁ କିଛି ମହିଳା ନିଜକୁ ଉଦ୍ୟୋଗୀ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *