ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟାରିଂ
ନୂଆଦିଲ୍ଲୀ,୨୪|୫: ଆମେରିକାର ରାଜଧାନୀ ୱାଶିଂଟନ୍ ସ୍ଥିତ ହ୍ବାଇଟ ହାଉସ ବାହାରେ ଗୁଳିକାଣ୍ଡ। ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ନିକଟରେ ୨୫ ରାଉଣ୍ଡ ଫାୟାରିଂ । ଗୁଳିମାଡ଼ ସମୟରେ ହ୍ବାଇଟ ହାଉସରେ ଉପସ୍ଥିତ ଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସୂଚନା ଅନୁଯାୟୀ, ଜଣେ ସନ୍ଦିଗ୍ଧ ବ୍ୟକ୍ତି ହ୍ୱାଇଟ୍ ହାଉସ୍ ନିକଟବର୍ତ୍ତୀ ଏକ ସୁରକ୍ଷା ଚେକ୍ ପଏଣ୍ଟ ନିକଟକୁ ଯାଇ ସେଠାରେ ନିୟୋଜିତ ଅଧିକାରୀମାନଙ୍କ ଉପରେ ଗୁଳି ଚଳାଇଥିଲା। ଅଜଣା ଆତତାୟୀ ଜଣକ ୨୫ ରାଉଣ୍ଡ ଗୁଳି ଚାଳନା କରିଥିବା ସୂଚନା ମିଳିଛି। ପେନସିଲଭାନିଆ ଆଭେନ୍ୟୁ ସେଭେନଟିଥ୍ ଷ୍ଟ୍ରିଟ ନିକଟରେ ଏହି ଗୁଳିକାଣ୍ଡ ହୋଇଛି। ତେବେ ସିକ୍ରେଟ ସର୍ଭିସ ପକ୍ଷରୁ ପାଲଟା ଗୁଳି ଚାଳନାରେ ଆତତାୟୀ ନିହତ ହୋଇଛି । ସନ୍ଦିଗ୍ଧ ବ୍ୟକ୍ତି ୨୧ ବର୍ଷୀୟ ନାସିର ବେଷ୍ଟ ଭାବରେ ଚିହ୍ନଟ କରାଯାଇଛି।

