ସରକାରୀ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୪ ହଜାର ଇଭିଏମ୍ ପୋଡ଼ି ନଷ୍ଟ
ନୂଆଦିଲ୍ଲୀ: ନିର୍ବାଚନ ସରିବା ଦିନରୁ ପଶ୍ଚିମବଙ୍ଗରେ ରାଜନୈତିକ ହଟଚମକ ଲାଗି ରହିଛି। ପ୍ରତିଦିନ କିଛି ନା କିଛି ନୂଆ ନୂଆ ରାଜନୈତିକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ଏକ ବଡ଼ ଖବର ସାମନାକୁ ଆସିଛି । ପଶ୍ଚିମବଙ୍ଗର ଅଲିପୁରଦ୍ବାରରେ ଥିବା ଏକ ସରକାରୀ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ ହଜାରରୁ ଅଧିକ ଇଭିଏମ ପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଛି । ଯାହାକି ନିକଟରେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ବ୍ୟବହାର ହୋଇଥିବା କୁହାଯାଉଛି । ସେପଟେ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ କୌଶିକ ଚୌଧୁରୀ । ଏକ ୯ ମହଲା କୋଠାରେ ନିଆଁ ଲାଗିଥିବାବେଳେ ୧୦ଟି ବିଧାନସଭାରେ ବ୍ୟବହୃତ ଇଭିଏମ ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମନ୍ତ୍ରୀ କହିଛନ୍ତି, “ଏହା ସାଧାରଣ ଅଗ୍ନିକାଣ୍ଡ ପରି ମନେ ହେଉନାହିଁ। କୌଣସି ଭଙ୍ଗାରୁଜା ହୋଇଛି କି ନାହିଁ ତାହା ଆମେ ତଦନ୍ତ କରୁଛୁ। ନିଆଁ କିଭଳି ଲାଗିଲା ଫରେନସିକ୍ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି ।

