ସିକିମ @ ୫୦ ଉତ୍ସବରେ ମୋଦି ଦୁଇ ଦିନରେ ପ୍ରଧାନମନ୍ତ୍ରୀଙ୍କ ୪ ରାଜ୍ୟ ଗସ୍ତ
ନୂଆଦିଲ୍ଲୀ, ୨୯|୫: ସିକିମର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ପ୍ରଧାନମନ୍ତ୍ରୀ ସିକିମରେ ପହଞ୍ଚି ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ଏଥିରେ ନାମଚିରେ ୭୫୦ କୋଟିରୁ ଅଧିକ ଟଙ୍କାର ୫୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ହସ୍ପିଟାଲ, ଗ୍ୟାଲସିଂ ଜିଲ୍ଲାର ସାଙ୍ଗାଚୋଲିଙ୍ଗରେ ଏକ ଯାତ୍ରୀ ରୋପୱେ ଏବଂ ଗ୍ୟାଙ୍ଗଟକ୍ ଜିଲ୍ଲାର ଅଟଳ ଅମୃତ ଉଦ୍ୟାନରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନ୍ତର୍ଭୁକ୍ତ। ସିକିମ ଗସ୍ତ ପରେ ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

