ଜାତୀୟତାଜା ଖବର

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ କଲେଜିୟମ ସମ୍ପ୍ରତି ରାଷ୍ଟ୍ରପତିଙ୍କୁ ପାଞ୍ଚ ଜଣଙ୍କ ନାମ ସୁପାରିଶ କରିଛନ୍ତି। ଏଥିରେ ଚାରୋଟି ଭିନ୍ନ ଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଅନ୍ତର୍ଭୁକ୍ତ ଅଛନ୍ତି। ଏହା ସହିତ ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ ତାଲିକାରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏନେଇ ସୂଚନା କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟରେ ନିଯୁକ୍ତ ବିଚାରପତିଙ୍କ ମଧ୍ୟରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଚନ୍ଦ୍ରଶେଖରଙ୍କ ନାମ ଅନ୍ତର୍ଭୁକ୍ତ ରହିଛି। ଏହା ସହିତ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଳ ନାଗୁ, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଚଦେବ,ଜମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲିଙ୍କ ନାମ ତାଲିକାରେ ରହିଛି। ବରିଷ୍ଠ ଆଇନଜୀବୀ ଭି. ସୁବ୍ରମଣି ମୋହନାଙ୍କୁ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ଆଇନ ମନ୍ତ୍ରଣାଳୟ ସୋମବାର ସକାଳେ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ସୂଚନାଯୋଗ୍ୟ ଯେ, ୫ ମେ’ରେ କେନ୍ଦ୍ର କ୍ୟାବିନେଟ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *