ଜାତୀୟତାଜା ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ୪ ଦିନ ଧରି ଜିଦରେ ଅଡ଼ି ବସିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଓମସାର ଆଲୋଚନା ପରେ ଡାକ୍ତରମାନେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ଆଲୋଚନା ସୁଫଳ ହୋଇଥିବାବେଳେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଜିଠୁ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବା ନେଇ ମନ୍ତ୍ରୀ ସୂଚନା  ଦେଇଛନ୍ତି। ଓମସାର ଦାବି ନେଇ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ହେବାକୁ ଥିବାବେଳେ ଏଥିରେ ସ୍ବାସ୍ଥ୍ୟ , ଜିଏ, ଆଇନ ସଚିବ ସତ୍ୟସତା ରହିବେ। ଆସନ୍ତା ୨୨ ତାରିଖରେ ବସିବ କମିଟିର ପ୍ରଥମ ବୈଠକ। ସେପଟେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ  ଆଲୋଚନା ସଫଳ ହୋଇଛି ବୋଲି ସୂଚନା ଦେଇଛି ଓମସା। ଗତ ୪ ଦିନ ହେଲା ୧୦ ଦଫା ଦାବି ନେଇ ଅଡ଼ି ବସିଥିଲେ ଡାକ୍ତର। ଫଳରେ ସାରା ରାଜ୍ୟରେ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଥିଲା। ଏ ନେଇ ଡାକ୍ତର ସଂଘର ପ୍ରତିନିଧିମାନଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଡାକ୍ତରଙ୍କ ସୁରକ୍ଷା, କ୍ୟାଡର ପୁନର୍ଗଠନ, ଲେବୁଲ ୧୫ ପେ’ ସ୍କେଲ ଉଚ୍ଛେଦ, ସ୍ବଚ୍ଛ ବଦଳି ନୀତି, କେବିକେ ଏଗ୍‌ଜିଟ୍‌ ପଲିସି, ଇନ୍‌ସ୍ୟୁରାନ୍ସ ଓ ଦନ୍ତ ଡାକ୍ତରଙ୍କୁ ଇନ୍‌ସେଣ୍ଟିଭ୍‌ ଭଳି ୧୦ଟି ଦାବି ନେଇ ଆନ୍ଦୋଳନ କରିଥିଲେ ଡାକ୍ତରମାନେ । ଜାନୁଆରୀ ୬ତାରିଖରୁ ରାଜ୍ୟରେ ଏସ୍‌ମା ଲାଗୁ କରିଛନ୍ତି ସରକାର। ଏସମା ବଳବତ୍ତର ଥିବା ସତ୍ତ୍ବେ ଡାକ୍ତର ମାନୁନଥିବାରୁ ରୋଗୀଙ୍କୁ ସେବା ଯୋଗାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ସ୍ଥିତିର ମୁକାବିଲା ପାଇଁ ଆୟୁଷ ଡାକ୍ତର ଓ ଠିକା ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ତଥାପି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ସରକାରୀ ଡାକ୍ତର। ଛଟପଟ ହେଉଛନ୍ତି ରୋଗୀ ।

Leave a Reply

Your email address will not be published. Required fields are marked *