ଜାତୀୟତାଜା ଖବର

ଉରିରେ ବିସ୍ଫୋରଣ: ୨ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଉରିର କମଲକୋଟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏକ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଦୁଇ ଜଣ ସେନା ଯବାନ ସହିଦ ହୋଇଛନ୍ତି। ଉରିରକମଲକୋଟରେ ନିୟନ୍ତ୍ରଣ ରେଖା ନିକଟରେ ହଠାତ୍ ବିସ୍ଫୋରଣ ହେବାରୁ ଦୁଇଜଣ ସେନା ଯବାନ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ସହିଦ ସୈନିକମାନେ ହେଲେ ମହାରାଷ୍ଟ୍ରର ଏରୋଲିର ଚଭନ ବିକ୍ରମ ବାଲକୃଷ୍ଣ ଏବଂ ମହାରାଷ୍ଟ୍ରର ସତାରା ଜିଲ୍ଲାର କରାଡ ତହସିଲର ଶାହପୁରର ବାସିନ୍ଦା ଅର୍ଜୁନ ଜାଧବ ରାଜେନ୍ଦ୍ର। ଏହି ଘଟଣାରେ ଉଭୟ ସୈନିକ ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଶ୍ରୀନଗରର ବାଦାମୀବାଗରେ ଥିବା ୯୨ ବେସ୍ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା। ପରେ ଚିକିତ୍ସା ସମୟରେ ସେମାନଙ୍କର ମୃତ୍ୟୁ ଘଟିଥିଲା।ଅଧିକାରୀମାନେ କହିଛନ୍ତି, କମଲକୋଟ ଶିବିରରେ ନିୟମିତ ଉପକରଣ ହସ୍ତାନ୍ତର ସମୟରେ ଏହି ଘଟଣା ଘଟିଥିଲା। ଏକ ହ୍ୟାଣ୍ଡ ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା।

Leave a Reply

Your email address will not be published. Required fields are marked *