ଗୁରୁଦାସପୁରରେ ଟ୍ରିପଲ ମର୍ଡର
ବଟାଲା: ପଞ୍ଜାବର ଗୁରଦାସପୁରରେ ଟ୍ରିପଲ ମର୍ଡର। ବଟାଲାର ଏକ ଗାଁରେ ଏହି ଘଟଣା ଘଟିଛି। ଜଣେ ଅଭିଯୁକ୍ତ ୩ ଜଣଙ୍କୁ ହତ୍ୟା କରିବା ପରେ ନିଜକୁ ମଧ୍ୟ ଗୁଳି କରି ଜୀବନ ହାରିଛି। ଅଭିଯୁକ୍ତ ଜଣକ ମନଜୋତ ସିଂହ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ତା ବନ୍ଧୁଙ୍କ ସମେତ ତାଙ୍କ ମାଉସୀ ହରଦୀପ କୌର (୪୦) ଏବଂ ତାଙ୍କ ପୁଅ ହରମିତ୍ ସିଂହ (୧୩)ଙ୍କୁ ଶୋଇଥିବା ସମୟରେ ଗୁଳି କରି ହତ୍ୟା କରିଛି। ରିପୋର୍ଟ ଅନୁଯାୟୀ, ମନଜୋତ ସିଂହ ତାଙ୍କ ବନ୍ଧୁ ତଥା ଖାନ ପ୍ୟାରାର ପୂର୍ବତନ ସୈନିକ ପରଗତ ସିଂହଙ୍କ ସହିତ ମଙ୍ଗଳବାର ବିଳମ୍ବିତ ରାତିରେ ମୁଣ୍ଡି କଲାର ଗାଁରେ ତାଙ୍କ ମାଉସୀଙ୍କ ଘରେ ପହଞ୍ଚିଥିଲେ। ସେହି ସମୟରେ ମନଜୋତ ସିଂହ ତା ବନ୍ଧୁ ପରଗତ ସିଂହଙ୍କ ପିସ୍ତଲ ଧରିଥିଲେ। ଏହାପରେ ମନଜୋତ ତାର ମାଉସୀ ହରଦୀପ କୌର ଏବଂ ହରମିତ୍ ସିଂହଙ୍କୁ ହଠାତ ଗୁଳି କରି ହତ୍ୟା କରିଥିଲା। ଏହାପରେ ମନଜୋତ ଓ ପରଗତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ହତ୍ୟା ସ୍ଥଳରୁ ଅଳ୍ପ ଦୂରରେ ମନଜୋତ ସିଂହ ତାଙ୍କ ବନ୍ଧୁ ପୂର୍ବତନ ସୈନିକ ପରଗତ ସିଂହଙ୍କୁ ଗୁଳି କରି ହତ୍ୟା କରିଥିଲା ଓ ପରେ ନିଜ ମୁଣ୍ଡକୁ ଗୁଳି କରି ଜୀବନ ହାରିଥିଲା। ସୂଚନା ଅନୁଯାୟୀ, ଅଭିଯୁକ୍ତ ମନଜୋତ ସିଂହ ପୂର୍ବରୁ ତାଙ୍କ ପିତାମାତାଙ୍କୁ ହରାଇଥିଲା ଏବଂ ସେ ତାଙ୍କ ମାଉସୀଙ୍କ ଘରେ ରହୁଥିଲା। ଏହି ହତ୍ୟାର କାରଣ ବର୍ତ୍ତମାନ ଅସ୍ପଷ୍ଟ ଥିବା ବେଳେ ସେଖୱାନ ପୋଲିସ ଷ୍ଟେସନ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ବଟାଲା ସିଭିଲ୍ ହସ୍ପିଟାଲକୁ ପଠାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି।

