ଜାତୀୟତାଜା ଖବର

ଜଳିଗଲା ଜିଆଇ ତାର ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲପର

ସମ୍ବଲପୁର: ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଜିଆଇ ତାର ବୋଝେଇ ଟ୍ରକରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟି ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଘଟଣାରେ ଚାଳକ ଓ ହେଲପର ସୁରକ୍ଷିତ ରହିଥିବା ଜଣାପଡ଼ିଛି। ଆଜି ସକାଳ ୯ ଟାରେ ଜିଆଇ ତାର ବୋଝେଇ ଟ୍ରକ ଅନୁଗୋଳରୁ ସମ୍ବଲପୁର ଆଡକୁ ଯାଉଥିଲା। ୫୫ ନଂ ଜାତୀୟ ରାଜପଥରେ କତଡ଼ା ବଙ୍ଗଳା ନିକଟରେ ଚକ ଫାଟିବା ପରେ ଟ୍ରକରେ ନିଆଁ ଲାଗିଯାଇଥିଲା। ଚାଳକ ଓ ହେଲପର ତୁରନ୍ତ ଗାଡ଼ିରୁ ବାହାରି ଆସିଥିବାରୁ ସେମାନେ ସୁରକ୍ଷିତ ରହିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଜରପଡ଼ା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *