ଚାଷୀ ଆତ୍ମହତ୍ୟା ଘଟଣା ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳ
ନୂଆପଡ଼ା: କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚାଷୀ ନେପାଲ ମାଝୀ ଆତ୍ମହତ୍ୟା ଘଟଣାରେ ଶନିବାର ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ଗାଁରେ ପହଞ୍ଚିଛନ୍ତି। ମୃତ ନେପାଲ ମାଝୀଙ୍କ ପରିବାର ସହ ଆଲୋଚନା କରିଛନ୍ତି। ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲେ, କଳାହାଣ୍ଡି ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ବରଗଡ଼ ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ, ରାଜ୍ୟ କିଷାନ ସେଲ ସଭାପତି ଅଭୟ ସାହୁ, ନୂଆପଡ଼ା ଜିଲ୍ଲା ସଭାପତି ଘାସିରାମ ମାଝୀ, ଉପସଭାପତି ଭରତଲାଲ ରାଉତ, କଂଗ୍ରେସର ବରିଷ୍ଠ ନେତା ଫକୀର ଜଗତ, ଅଙ୍କିତ ସିଙ୍ଗାହୀ, ରବି ମଙ୍ଗରାଜ ଉପସ୍ଥିତ ରହିରେ ଶନିବାର ଜଡ଼ାମୁଣ୍ଡା ଆତ୍ମହତ୍ୟା କରିଥିବା ଚାଷୀଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାକୁ ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
